ବଲାଙ୍ଗିର, ପାଟଣାଗଡ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଡି.ଏଫ.ଓ. ଙ୍କ ସହିତ ପଶ୍ଚିମ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ପ୍ରତିନିଧି ଦଳ ଶ୍ରମିକ ଓ କର୍ମଚାରୀ ମାନଙ୍କ ସମସ୍ୟା ଉପରେ ଗତକାଲି ଆଲୋଚନା କରିଥିଲେ। କର୍ମଚାରୀ ମାନଙ୍କ ମୁଖ୍ୟ ଦାବୀ ଗୁଡିକ ମଧ୍ୟରେ ପାଟଣାଗଡ କେନ୍ଦୁପତ୍ର ଡିଭିଜନ ଅଧୀନରେ କାର୍ଯ୍ୟରତ ମୁନସୀ, ଚପରାଶି, ଚେକର ମାନଙ୍କ ମାସିକ ଦରମା ପ୍ରତି ମାସ ୫ ତାରିଖ ମଧ୍ୟରେ ପ୍ରଦାନ କରିବା, ମୃତ କର୍ମଚାରୀ ମାନଙ୍କ ପରିବାର ସଦସ୍ୟଙ୍କୁ ଗ୍ରାଚୁଇଟି ପ୍ରଦାନ, ନୂତନ ଫଡ଼ି ଗୃହ ନିର୍ମାଣ ସହିତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ପ୍ରତ୍ୟେକ କେନ୍ଦୁପତ୍ର ସେକ୍ସନରେ ଫରେଷ୍ଟର କାର୍ଯ୍ୟାଳୟ ନିର୍ମାଣ, ଯୋଗିମୁଣ୍ଡା ରେଞ୍ଜ ରେ ୧୯୯୩ ମସିହାରୁ କାର୍ଯ୍ୟରତ ଚେକର ଗନ୍ଧର୍ବ ବରିହାକୁ ବନ୍ଧେଇ ଚେକର ପଦବୀକୁ ପଦୋନ୍ନତି, ବିଭାଗୀୟ ମୁନ୍ସୀ ଲଳିତ ମଳିକକୁ ଚେକର ପଦବୀକୁ ପଦୋନ୍ନତି, ବର୍ତ୍ତମାନ ବଜାର ଦର ବୃଦ୍ଧି ଅନୁସାରେ ଢ଼ଳେଇ ରଚେଇ ପାଇଁ ଦିଆଯାଉଥିବା ୫୦୦ ଟଙ୍କାକୁ ୧୫୦୦ ଟଙ୍କାକୁ ବୃଦ୍ଧି, କର୍ମଚାରୀ ମାନଙ୍କୁ କେନ୍ଦୁପତ୍ର ବିଭାଗ ତରଫରୁ ପ୍ରତିବର୍ଷ ୟୁନିଫର୍ମ ପ୍ରଦାନ, ଚେକର ମୁନ୍ସୀ, ଚପରାଶି, ବନ୍ଧେଇ ଚେକର, ସର୍କଲ ଚେକର, ଋତୁକାଳୀନ ଚେକର କର୍ମଚାରୀ ମାନଙ୍କୁ ସାଇକଲ ଭତ୍ତା, ଟିଏ, ଡିଏ, ବୋନସ ଇତ୍ୟାଦି ପ୍ରଦାନ ପାଇଁ ଆଲୋଚନା କରାଯାଇଥିଲା।
ଆଲୋଚନା ବେଳେ ସଂଘର ଉପସଭାପତି ଚନ୍ଦ୍ରମଣି ବାଗ, ସମ୍ପାଦକ ଲଳିତ ମଲ୍ଲିକ, ବାଲମକନ୍ଦ କୁଅଁର, ଭୀଷ୍ମ ମଲ୍ଲିକ, ପଞ୍ଚାନନ ଧରୁଆ, ପାଣ୍ଡବ ଭୁଏ, ବସୁଦେବ ରାଏ, ଶେଷଦେବ ପଟେଲ, ଦାମ୍ବୋଦର ମଲ୍ଲିକ, ପ୍ରଶୁ ଧରୁଆ, ମନୋଜ ମଲ୍ଲିକ, ବିଦେଶୀ ଜାଲ, କମଲ ଲୋଚନ ପ୍ରଧାନ, ନରସିଂହ ମେହେର, କାର୍ତ୍ତିକ ବନଛୋର,ହରେକୃଷ୍ଣ ବାଗ,ସନୁ ଧରୁଆ,ଶୁକରାମ ଧରୁଆ, କରୁଣା ବଗର୍ତ୍ତି, ମଦନ ଥପା, ଶ୍ରମିକ ନେତା ଗିରିଧାରୀ ଭୋଇ ଉପସ୍ଥିତ ଥିଲେ।
ପରେ ଏକ ୧୦ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ଡ଼ିଏଫଓ ଶ୍ରୀ ସେଠିଙ୍କୁ ପ୍ରଦାନ କରାଯାଇଥିଲା। କର୍ମଚାରୀ ମାନଙ୍କ ସମସ୍ୟା ତୁରନ୍ତ ସମାଧାନ ନ କଲେ ଆନ୍ଦୋଳନ ଚେତାବନୀ ଦିଆଯାଇଥିଲା।