
ଭୁବନେଶ୍ୱର- ତିନୋଟି ଦେଶ ଯଥା ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଲାଂଦେଶ ଶରଣାର୍ଥିଙ୍କୁ ନାଗରିକତ୍ୱ ଦେବା ନାଗରିକତା ସଂଶୋଧନ ଆଇନ (ସିଏଏ)ର ମୂଳ ଲକ୍ଷ୍ୟ ବୋଲି ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ନେତା ରାଜୀବ ପ୍ରତାପ ରୁଢ଼ୀ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ, ଏହି ଆଇନ୍ ୨୦୧୯ ରେ ଆଣିବାକୁ ପ୍ରସ୍ତାବ ରହିଥିଲା । ଏହାକୁ ଅଣାଯାଇ ପାରିତ କରାଯାଇଛି । ଏହି ଆଇନ୍ କୁ ସମସ୍ତେ ସ୍ୱାଗତ କରିବା କଥା । କାରଣ ଏହି ତିନୋଟି ଦେଶରେ ରହୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ନିର୍ଯାତିତ ହେଉଛନ୍ତି । ବିଶେଷ କରି ପାକିସ୍ତାନୀ ଶିଖ୍ ମାନଙ୍କ ଉପରେ ଅତ୍ୟାଚାର ଚାଲିଛି । ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଉକ୍ତ ଆଇନ୍ ଅଣାଯାଇଛି । ଯେଉଁମାନଙ୍କୁ ନାଗରିତ୍ୱ ଦିଆଯାଇଛି ସେମାନଙ୍କ ମଧ୍ୟରେ ୭୦ ପ୍ରତିଶତ ଦଳିତ ଅଛନ୍ତି । ଏହି ନାଗରିକତ୍ୱ ସଂଶୋଧନ ଆଇନ ସପକ୍ଷରେ ଜନସଚେତନତା ନେଇ ବିଭିନ୍ନ ସ୍ଥାନରେ ସମ୍ପର୍କ ଅଭିଯାନ ଯାତ୍ରା ଆଜି ଠାରୁ ଆରମ୍ଭ କରାଯାଇଛି । ଏହା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ୪୨ ଟି ସ୍ଥାନରେ ଏହାର ଆୟୋଜନ କରାଯିବ । ପୁରୀ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ରୁଢ଼ୀ ଏହା କହିଛନ୍ତି । ସିଏଏକୁ ସମର୍ଥନ କରିବା ପାଇଁ ଲୋକମାନଙ୍କୁ ଟୋଲଫି ନଂ ୮୮୬୬୨୮୨୬୨ ରେ ମିସଡ୍ କଲ୍ କରିବାକୁ ସେ ନିବେଦନ କରିଛନ୍ତି ।