
ପୁରୀ, ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର ନିକଟରେ ଆଜି ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ପଶ୍ଚିମ ଦ୍ଵାର ଦେଇ ମନ୍ଦିରକୁ ପ୍ରବେଶ ବେଳେ ଭକ୍ତଙ୍କ ମଧ୍ୟରେ ଠେଲାପେଲା ଦେଖିବାକୁ ମିଳିଛି । ପଶ୍ଚିମ ଦ୍ଵାର ଦେଇ କେବଳ ପୁରୀ ବାସୀଙ୍କୁ ପ୍ରବେଶ ଅନୁମତି ରହିଥିବା ବେଳେ ପଣ୍ଡା ବଙ୍ଗୀୟ ଯାତ୍ରୀଙ୍କୁ ସେହି ଦ୍ଵାର ଦେଇ ପ୍ରବେଶ କରାଇବାରୁ ଭକ୍ତ ମାନେ ଏହାର ତୀବ୍ର ବିରୋଧ କରିଥିଲେ ।
ପଶ୍ଚିମ ଦ୍ଵାର ଦେଇ କେବଳ ପୁରୀ ପୌରାଚଂଳର ଭକ୍ତ ମାନେ ଆଧାର କାର୍ଡ଼ ଦେଖାଇ ପ୍ରବେଶ କରିବା ପାଇଁ ନିୟମ ରହିଛି । ବାହାର ଯାତ୍ରୀ ପ୍ରବେଶ କରିବାରୁ ବିବାଦ ଉପୁଜିଥିଲା । ଏଭଳି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନକୁ ଦାୟୀ କରିଛନ୍ତି ଭକ୍ତ ।