ଭୁବନେଶ୍ୱର, ରାଜ୍ୟରେ ତାତି ବଢିବାରେ ଲାଗିଛି । ଗତ କିଛି ଦିନ ହେବ ବିଭିନ୍ନ ସହରରେ ପାରଦ ଉପରମୁହାଁ ରହିଛି । ଆଗାମୀ ୪୮ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସହରରେ ଦିନ ତାପମାତ୍ରାରେ ୨ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ଦିନ ୨ ଟା ୩୦ ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ୩୯.୧ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଚାନ୍ଦବାଲିରେ ୩୮.୪ , ରାଉରକେଲା ୩୭.୬ , ସମ୍ବଲପୁର ୩୭.୫ , ଭୁବନେଶ୍ୱର ୩୭.୪ , କେନ୍ଦୁଝର: ୩୭.୪ , ହୀରାକୁଦ: ୩୭.୪ , ବାଲେଶ୍ୱର ୩୫ , ପୁରୀ: ୩୩ , ପାରାଦୀପ: ୩୨.୩ ,ଗୋପାଳପୁର ୩୧.୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।