ଜମ୍ମୁ, ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ବ୍ୟାଟେରୀ ଚସ୍ମା ନିକଟ ପାହାଡି ରାମବନ ଜିଲ୍ଲାରେ ଗୁରୁବାର ରାତିରେ ଏକ ଗାଡି ଗଭୀର ଖାଇ ଭିତରକୁ ଖସିବା କାରଣରୁ 10ଜଣ ଲୋକଙ୍କ ମୃତ୍ୟୁ ହୋଇଛି ।
ଗୁରୁବାର ବିଳମ୍ବିତ ରାତି 1.30ରୁ 2ଟା ମଧ୍ୟରେ ଏହି ଦୁର୍ଘଟଣା ହୋଇଛି, ଯେତେବେଳେ ଜମ୍ମୁରୁ ଶ୍ରୀନଗର ଅଭିମୁଖେ ଯାଉଥିବା ଏକ କ୍ୟାବ ଗଭୀର ଖାଇକୁ ଖସିପଡିଥିଲା । ଉଦ୍ଧାରକର୍ମୀମାନେ ଦୁର୍ଘଟଣାଗ୍ରସ୍ତ ଗାଡିରୁ 10ଟି ମୃତଦେହ ଜବତ କରିଛନ୍ତି । ମୃତକଙ୍କ ମଧ୍ୟରେ ଗାଡିର ଡ୍ରାଇଭର ମଧ୍ୟରେ ଅଛନ୍ତି । ମୃତକମାନେ ଶ୍ରମିକ ବୋଲି ଅନୁମାନ କରାଯାଉଛି, ଯେଉଁମାନେ କାମ ପାଇଁ ଶ୍ରୀନଗର ଯାଉଥିଲେ ।