କନ୍ଧମାଳ, କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ୨୬ ତମ ମା” ନାରାୟଣୀ ଠାକୁରାଣୀ ଯାତ୍ରା କମିଟିର କର୍ମକର୍ତ୍ତା ଚୟନ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଯାତ୍ରା ପରିଚାଳନା କମିଟିର ଅଧ୍ୟକ୍ଷ ତଥା କନ୍ଧମାଳ ଉପଜିଲ୍ଲାପାଳ ଚିତ୍ତରଞ୍ଜନ ମହନ୍ତଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା।
ଏଥିରେ ସର୍ବ ସମ୍ମତି କ୍ରମେ ପୂର୍ବତନ ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା ବୃନ୍ଦ ପୁନଃ ନିର୍ବାଚିତ ହୋଇଛନ୍ତି। ସର୍ବପ୍ରଥମେ ଅତିଥିମାନେ ମା ନାରାୟଣୀଙ୍କ ଫୋଟୋ ଚିତ୍ରରେ ପୂଜାର୍ଚନା କଲାପରେ ପୂର୍ବ କମିଟିର ସମ୍ପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ ବାର୍ଷିକ ବିବରଣୀ ପଠନ କରିଥିଲେ | କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ମହାନ୍ତି ଆୟବ୍ୟୟ ବିବରଣୀ ପଠନ କରିଥିଲା ବେଳେ ସଭାପତି ପି. ସୁଧାଂଶୁ ସେନାପତି ପୂର୍ବ ଯାତ୍ରାର ସଫଳତା ପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ପୂର୍ବ କମିଟି ଭଙ୍ଗ ଘୋଷଣା କରିଥିଲେ। ସାଧାରଣ ନିର୍ବାଚନର କୋଡ଼ ଅଫ କଣ୍ଡକ୍ତ ଲାଗୁ ହୋଇଯାଇଥିବା କାରଣରୁ ଆଉ କମିଟି ବିଧିବଦ୍ଧ ଭାବେ ନିର୍ବାଚନ ନ କରି ଉପଜିଲ୍ଲାପାଳ ପୂର୍ବ କମିଟିର ସଦସ୍ୟ ମାନଙ୍କ ନାମ ସର୍ବ ସମ୍ମତ୍ତି କ୍ରମେ ଘୋଷଣା କରିଥିଲେ। ସଭାପତି ପି. ସୁଧାଂଶୁ ସେନାପତି, ଉପସଭାପତି ସୁଜିତ ବେହେରା, ସମ୍ପାଦକ ଦୁର୍ଗାପ୍ରସାଦ ତ୍ରିପାଠୀ, ସହ ସମ୍ପାଦକ ଅରୁଣ ପଣ୍ଡା, ସିମାଞ୍ଚଳ ପ୍ରଧାନ, ସୁମନ ପଟ୍ଟନାୟକ, ପାର୍ଥସାରଥୀ ବିଶ୍ଵାଳ, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ମହାନ୍ତି, ଅର୍ଥ ସମ୍ପାଦକ କାବୁଲା ସେନାପତି, ସାଂସ୍କୃତିକ ସମ୍ପାଦକ ଭି.ଲୋକନାଥ ରାଜୁ ଭାବେ ପୁନଃ ମନୋନୀତ ହୋଇଥିଲେ। ଉକ୍ତ ଚୟନ ପ୍ରକ୍ରିୟାରେ ପୌର ପରିଷଦର ଅଧ୍ୟକ୍ଷ୍ୟା ସ୍ମିତାରାଣୀ ମହାନ୍ତି, ଏସଡ଼ିପିଓ, ସିଡ଼ିଏମଓ, ଆରଟିଓ, ଫାୟାର ଅଫିସର, ତହସିଲଦାର, ବିଦ୍ୟୁତ ବିଭାଗୀୟ ଅଧିକାରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଯାତ୍ରା ପରିଚାଳନାରେ ଆବଶ୍ୟକୀୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଉପଦେଷ୍ଟା ବିଜୟ ମହାନ୍ତି, ଶିବପ୍ରସାଦ ତ୍ରିପାଠୀ, ଅଶୋକ ପଟ୍ଟନାୟକ ସମେତ ସମସ୍ତ ବଜାର କମିଟି, ମନ୍ଦିର, କ୍ଲବ ର ସଭାପତି ଓ ସମ୍ପାଦକ ଏବଂ ପୂର୍ବ କମିଟିର କାର୍ଯ୍ୟକାରୀ ସଦସ୍ୟ ମାନେ ଯୋଗଦେଇଥିଲେ। ସାହିତ୍ୟିକ କୈଳାଶ ଚନ୍ଦ୍ର ଧଳ ଓ ସାମ୍ବାଦିକ ଅଶୋକ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ।
ଏହି ଅବସରରେ ମା ସ୍ମରଣିକା ଉନ୍ମୋଚନ ହେବା କାରଣରୁ ଆସନ୍ତା ଅପ୍ରେଲ ମାସ ୨୦ ତାରିଖ ସୁଦ୍ଧା ମା ନାରାୟଣୀ ଓ ଅନ୍ୟାନ୍ୟ ମାତୃ ଶକ୍ତି ସମ୍ବଳିତ ଲେଖା ପ୍ରେରଣ କରିବାକୁ ସମ୍ପାଦକ ଆଗ୍ରହ ପ୍ରକାଶ କରିଛନ୍ତି।