
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଳକ୍ ଅନ୍ତର୍ଗତ ପଣସପଦା ଗ୍ରାମର ବିଶିଷ୍ଟ ଯୁବ ସମାଜସେବୀ , ପଣସପଦା ପ୍ରାଥମିକ ସମବାୟ ସମିତି ର ପୂର୍ବତନ ନିର୍ଦେଶକ ଏବଂ କୃଷ୍ଣ ପ୍ରସାଦ ବ୍ଳକ୍ ଯାଦବ ମହାସଭା ର ସଭାପତି ଓ ପୁରୀ ଜିଲ୍ଲା ଯାଦବ ମହାସଭା କୋର କମିଟିର ସଦସ୍ୟ ଶ୍ରୀଯୁକ୍ତ ଅଭିମନ୍ୟୁ ଦାସଙ୍କ ର ମାତ୍ର ୪୬ ବର୍ଷ ବୟସରେ ହୃଦଘାତରେ ଭୁବନେଶ୍ୱର ରେ ପରଲୋକ ହୋଇଯାଇଛି।ଏହି ଖବର ପାଇବା ପରେ ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି। ସ୍ୱର୍ଗତ ଅଭିମନ୍ୟୁ ଦାସ ମାଣିକ ପାଟଣା ଠାରେ ଅବସ୍ଥିତ ଭାବକୁଣ୍ଡଳେଶ୍ୱର ମନ୍ଦିର ନିକଟରେ କାଞ୍ଚି ଅଭିଯାନ ସ୍ମାରକୀ ନିର୍ମାଣ ପାଇଁ ନିଷ୍ଠାର ସହିତ ଉଦ୍ୟମ ଜାରି ରଖିଥିଲେ।ଜଣେ ସ୍ପଷ୍ଟବାଦୀ,ସ୍ନେହୀ ଓ ପରୋପକାରୀ ମଣିଷ ଥିଲେ ଅଭିମନ୍ୟୁ।ଜଣେ ଉତ୍ତମ ସଂଗଠକ , ଯୁବନେତା ଓ ବିଶିଷ୍ଟ ଯାଦବ ମୁରବି ଭାବରେ ତାଙ୍କର ପରିଚୟ ଥିଲା। ତାଙ୍କ ବିୟୋଗରେ ପୁରୀ ଜିଲ୍ଲା ଯାଦବ ମହାସଭା ତରଫରୁ ଗଭୀର ଶୋକ ପ୍ରକାଶ ପାଇଛି।ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଶୋକସନ୍ତପ୍ତ ପରିବାର ଓ ବନ୍ଧୁବର୍ଗଙ୍କୁ ସମବେଦନା ଜଣାଉଛି। ଏହି ଦୁସମୟକୁ ସହ୍ୟ କରିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ହରିଶ୍ୱର ଦେବ ତାଙ୍କ ପରିବାର କୁ ଅସୀମ ଧୈର୍ଯ୍ୟ, ଶକ୍ତି ଓ ସାହସ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରାଯାଇଛି ।