
ଭୁବନେଶ୍ୱର/ବାରିପଦା, ପୁଣି ପଦାରେ ପଡିଲା ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ଖଟିଆରେ ବୁହା ହେଲା ରୋଗୀ । ଗାଁ ଭିତରକୁ ଯାଇନପାରି ଅଧା ବାଟରେ ଅଟକିଲା ଆମ୍ବୁଲାନ୍ସ । ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସଙ୍ଖାଭଙ୍ଗା ପଞ୍ଚାୟତ ବେଦଝରଣ ରୁଣ୍ଡାଡ଼ିହି ଗ୍ରାମର ଛଅ ନମ୍ବର ୱାର୍ଡରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗ୍ରାମର ବିରଧାନ ଟୁଡୁଙ୍କ ଦେହ ଅସୁସ୍ଥ ହେବାରୁ ଘର ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ମାତ୍ର ଆମ୍ବୁଲାନ୍ସ ଘର ପାଖକୁ ପହଞ୍ଚି ନ ପାରିବାରୁ ଘର ଲୋକେ ଗ୍ରାମବାସୀଙ୍କ ସହାୟତାରେ ପ୍ରାୟ ୧ କିଲୋମିଟର ରୋଗୀଙ୍କୁ ବୋହି ନେଇଥିଲେ ।