
ମାଲକାନଗିରି, ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ମାଲକାନଗିରି ବିଧାନସଭା କ୍ଷେତ୍ର ପାଇଁ ମାନସ ମାଡକାମୀଙ୍କୁ ବିଧାନସଭା ପ୍ରାର୍ଥୀ ଭାବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମ ଘୋଷଣା କରିବା ପରେ ମାଲକାନଗିରି ଜିଲ୍ଲାରେ ବିଜୁ ଜନତା ଦଳର ସମସ୍ତ କାର୍ଯ୍ୟକର୍ତ୍ତା ,ମାଲକାନଗିରି ଜିଲ୍ଲାର ଜନ ସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଖୁସିର ଲହର ଖେଳିଯାଇଛି । ଗତ କାଲି ସନ୍ଧ୍ୟାରେ ମାଲକାନଗିରି ସହର ଡିଏନକେ ଟ୍ରାଫିକ ଛକଠାରେ ମାଲକାନଗିରି ବିଜୁ ଜନତା ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଓ ଜନ ସାଧାରଣ ଖୁସି ବ୍ୟକ୍ତ କରି ବାଣ ଫୁଟାଇ ମାଲକାନଗିରି ବିଜେଡି ବିଧାୟକ ପାର୍ଥି ଶ୍ରୀ ମାନସ ମାଡକାମିଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିବା ସହ ସାଧୁବାଦ ଜଣାଇଛନ୍ତି । ଏହି ଖୁସିର ମୁହୂର୍ତ୍ତରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ ,ବିଜେଡି ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା ,ବିଜେଡି ସାଧାରଣ ସମ୍ପାଦକ ପ୍ରଭାକର ପ୍ରଧାନ ,ପର୍ଯ୍ୟବେକ୍ଷକ ମୁନି ସାମନ୍ତରାୟ ,ରାଜ୍ୟ ବିଜେଡି ଯୁବ ସମ୍ପାଦକ ରବି ରାଜେଶ ,ମାଲକାନଗିରି ପୋୖର ଅଧ୍ୟକ୍ଷ ମନୋଜ କୁମାର ବାରିକ ,ବିଜେଡି ଉପ ସଭାପତି ଡନେଲ କୁମାର ପୋଟଲା , ଆଇନଜୀବି ଲମ୍ବଧର ତୁରୁକ ,ବରିଷ୍ଠ ଆଇନଜୀବୀ ବିଜୟ ମହାନ୍ତି ,ବ୍ଲକ ଅଧ୍ୟକ୍ଷ ଗୋୖରୀ ପଡ଼ିଆମୀ ,ମାଲକାନଗିରି ପୋୖରାଞ୍ଚଳ ନଗର ସଭାପତି ପି.ସାଇ , ପୂର୍ବତନ ଯୁବ ସଭାପତି ଶଙ୍କର ସାହା ,ବରିଷ୍ଠ ନେତା ପ୍ରଫୁଲ୍ଲ ପଣ୍ଡା , ବରିଷ୍ଠ ନେତା ରଥ ବାବୁ ,ସତ୍ୟ ସ୍ୱାଇଁ ,ଯୁବ ଉପସଭାପତି କଣ୍ଟେସ ପୋଟଲା ,ଯୁବ ସମ୍ପାଦକ ବସନ୍ତ ନାୟକ ,ପୋୖରାଞ୍ଚଳ ଯୁବ ସଭାପତି ଅଟାଲ ରାଜୁ ,ପୋୖରାଞ୍ଚଳ ଛାତ୍ର ସଭାପତି ଶଙ୍କର ପାଣିଗ୍ରାହୀ ,ବିଜେଡି ନେତା ପେଣ୍ଡ୍ରା ପଣ୍ଡା ,ଗଣେଶ ସାହା ,ରାଜୁ ସୀସା ,ବିକାଶ୍ ମଣ୍ଡଳ ,ମହିଳା ନେତ୍ରୀ ପ୍ରଶାନ୍ତି ବିଶୋଇ ,ବିଜେଡି ନେତା ତ୍ରିଲୋଚନ ଚୌଧୁରୀ ,ମାଧବ ସାବତ ,ଜିଲ୍ଲା ବିଜେଡି ମିଡିଆ ସଂଯୋଜକ ସଦାନନ୍ଦ ଖରା ,କେ ରାହୁଲ ଦୀପକ ବିଶ୍ୱାସ ପ୍ରମୁଖ ଙ୍କ ସହ ସମସ୍ତ ବିଜେଡି କାର୍ଯ୍ୟକର୍ତ୍ତା ,ମହିଳା ନେତ୍ରୀ ଯୁବ ଛାତ୍ର ଓ ଜନ ସାଧାରଣ ଉପସ୍ଥିତ ରହି ମାଲକାନଗିରି ଜିଲ୍ଲାର ସମସ୍ତଙ୍କ ପ୍ରିୟ ନେତା ସମସ୍ତଙ୍କ ସୁଖ ଦୁଃଖର ସାଥି ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ମାନସ ମାଡକାମିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।