
ଭୁବନେଶ୍ୱର, ଖୁବ ଶୀଘ୍ର ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା ଜାରୀ ହେବ ବୋଲି ସୂଚନା ଦେଇଛନ୍ତି ବିଜେପିର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଆଜି ବସିବ । ବୈଠକ ସରିଲା ପରେ ଓଡ଼ିଶାର ପାଖାପାଖି 100 ବିଧାନସଭା ଆସନ ଘୋଷଣା ହୋଇପାରେ । ଦିନେ ବା ଦୁଇ ଦିନ ଭିତରେ ପ୍ରାର୍ଥୀ ତାଲିକା ଆସିପାରେ । ସେ କହିଛନ୍ତି ଯେ ସବୁ ସିଟ ଉପରେ ତର୍ଜମା ଓ ସମୀକ୍ଷା ସରିଛି । କେବଳ କେନ୍ଦ୍ରୀୟ ନିର୍ବାଚନ କମିଟିର ମୋହର ବାଜିବା ବାକି ଅଛି ।