-
ପିଲିଭିତ ସହିତ ମୋର ସମ୍ପର୍କ ଶେଷ ନିଶ୍ଵାସ ପର୍ଯ୍ୟନ୍ତ ରହିବ
ଲକ୍ଷ୍ନୌ,ପିଲିଭିତରୁ ଭାରତୀୟ ଜନତା ପାର୍ଟିର ସାଂସଦ ବରୁଣ ଗାନ୍ଧି ଟିକେଟ୍ କଟିବା ପରେ ପିଲିଭିତ ବାସୀଙ୍କ ନାମରେ ଏକ ମାର୍ମିକ ପତ୍ର ଲେଖିଛନ୍ତି । ଏହି ପତ୍ରରେ ବରୁଣ ପିଲିଭିତ ସହିତ ଜଡ଼ିତ ନିଜର ସ୍ମୃତିକୁ ମନେ ପକାଇ ଲେଖିଛନ୍ତି ଯେ, ପିଲିଭିତ ସହିତ ମୋର ସମ୍ପର୍କ ଶେଷ ନିଶ୍ଵାସ ପର୍ଯ୍ୟନ୍ତ ରହିବ । ସାଂସଦ ରୂପେ ନହେଲେ ପୁଅ ଭଳି ଆଜୀବନ ଆପଣମାନଙ୍କର ସେବା ପାଇଁ ପ୍ରତିଶୃତିବଦ୍ଧ । ମୋର କବାଟ ଆପଣମାନଙ୍କ ପାଇଁ ଖୋଲା ରହିବ ।
ଆହୁରି ମଧ୍ୟ ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ମୁଁ ରାଜନୀତିରେ ସାଧାରଣ ଲୋକଙ୍କ ପାଇଁ ସ୍ଵର ଉତୋଳନ କରିବାକୁ ଆସିଥିଲି । ଏବଂ ଆଜି ଆପଣମାନଙ୍କ ନିକଟରୁ ଏହି ଆର୍ଶିବାଦ କାମନା କରୁଛି ଯେ, ସର୍ବଦା ମୁଁ ଏହି କାର୍ଯ୍ୟ କରି ଚାଲିଥିବି । ଏଥିପାଇଁ ମୋତେ କୌଣସି ବି ମୂଲ୍ୟ ଦେବାକୁ ହେଲେ ସୁଦ୍ଧା ମୁଁ ପ୍ରସ୍ତୁତ ।