
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ପବିତ୍ର ଦୋଳପୂର୍ଣ୍ଣିମା ଅବସର ରେ ସମର୍ପଣ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସର୍ବୋଦୟ ନଗର ରାତ୍ରୀ ଆଶ୍ରୟ ସ୍ଥଳୀରେ ଥିବା ବୃଦ୍ଧବୃଦ୍ଧା ମାନଙ୍କ ସହ ଧୁମ୍ ଧାମ ରେ ପାଳନ କରାଯାଇଛି। ଏହି ଅବସର ରେ ସମସ୍ତ ଅନ୍ତେବାସୀ ଙ୍କୁ ଫଗୁ ଲଗାଇ ଓ ମିଠା ଖୁଆଇ ରଙ୍ଗର ପର୍ବ ହୋଲି ର ଶୁଭେଛା ଜଣାଇବା ସହ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।ସେହିପରି ହୋଲି ପର୍ବ ଦିନ ଅନୁଷ୍ଠାନ ର ସଦସ୍ୟ ସଦସ୍ୟା ମାନେ ପେଣ୍ଠକଟା ସ୍ଥିତ ଧୋବାଖାଲ ବସ୍ତି ଅଞ୍ଚଳର କୁନି କୁନି ପିଲା ମାନଙ୍କ ସହ ରଙ୍ଗ ଖେଳ ଓ ମିଷ୍ଟାନ୍ନ ବଣ୍ଟନ କରି ହୋଲି ପାଳନ କରିଥିଲେ। ବସ୍ତି ଅଞ୍ଚଳର କୁନି କୁନି ପିଲାମାନେ ନାଚକୁଦ କରି ଖୁବ୍ ଧୁମଧାମରେ ପାଳନ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନର ଅଧ୍ୟକ୍ଷ ବ୍ରଜକିଶୋର ସାହୁ ଙ୍କ ସହ ଅରୁଣ ମହାନ୍ତି, ଜଗନ୍ନାଥ ସାହୁ,ପ୍ରବୀର ମହାନ୍ତି, ସତ୍ୟନାରାୟଣ ସାହୁ, ଦେବରାଜ ଦାସ, ବନିତା ଦୀକ୍ଷିତ, ପାର୍ବତୀ ରଭା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।