
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଓଡ଼ିଆର ପବିତ୍ର ପର୍ବ ହୋଲିକୁ ବେଳାଭୂମିରେ ମହାଆନନ୍ଦ ଉଲ୍ଲାସର ସହ ଜାପାନୀ ପର୍ଯ୍ଯଟକ ପାଳନ କରିଛନ୍ତି। ଭାରତ-ଜାପାନ ଫେଣଡସିପ ସେଣ୍ଟର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ଜାପାନୀ ପର୍ଯ୍ୟଟକଙ୍କ ମଧ୍ଯରେ ରଙ୍ଗ ଲଗାଇବା ସହ ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥିଲେ। ଏ ସମ୍ପର୍କରେ ସେଣ୍ଟରର ସଭାପତି ଶ୍ରୀମନ୍ତ କୁମାର ଦାଶ କୁହନ୍ତି, ହୋଲି ଏକ ଭାଇଚାରାର ପବ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏଥିରେ ଏକତ୍ରିତ ହୋଇଥାନ୍ତି। ହୋଲିପର୍ବର ଉତ୍କଳୀୟ ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଜାପାନୀ ଭାଷାରେ ସେମାନଙ୍କୁ ଅବଗତ କରାଇବା ପରେ ଆନନ୍ଦିତ ହୋଇ ସାତ ରଙ୍ଗର ମଜା ନେବା ସହ ବେଶ୍ ଭରପୂର ଆନନ୍ଦ ଉପଭୋଗ କରିଥିଲେ। ମଙ୍ଗଳବାର ସକାଳେ ପଥମେ ସେଣ୍ଟର ପରିସରରୁ ବାହାରି ରାସ୍ତାରେ ସମସ୍ତଙ୍କ ସହିତ ରଙ୍ଗ ଖେଳି ଚକ୍ରତୀର୍ଥ ବେଳାଭୂମିରେ ପହଞ୍ଚି ଓଡ଼ିଆ ପର୍ଯ୍ଯଟକ ସହ ସାମିଲ ହୋଇ ହୋଲି ଖେଳି ସମୁଦ୍ର ସ୍ନାନର ମଜା ନେଇଥିଲେ। ହୋଲିରେ କେମିକାଲ ବିହୀନ ରଙ୍ଗ ଯୋଗାଇ ଦିଆଯାଇଥିଲା। ଏହାଦ୍ୱାର ଉଭୟ ଦେଶର ଭାଇଚାରା ଓ ସମ୍ପର୍କ ସୁଦୃଢ ହେବା ସହ ପର୍ଯ୍ୟଟନର ବିକାଶ ହୋଇପାରିବ ବୋଲି ଶୀ ଦାଶ ମତବ୍ୟକ୍ତ କରିଛନ୍ତି।