କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଆନୁକୂଲ୍ୟରେ ଏକ ଏଣ୍ଟରପ୍ରିନରସିପ ଡେଭଲପମେଣ୍ଟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆଇ ଇ ଡି ଓ, ଏସ.ଆଇ.ୱାଇ.ବି ଏବଂ ଆଇ.ଏଲ. ଓ. ର ମିଳିତ ଉଦ୍ୟମରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ୫୦ ରୁ ଅଧିକ ଉଦ୍ୟମିତା ଆକାଂକ୍ଷୀ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ର ର ପରିଚାଳକ ଶ୍ରୀ ଅମୂଲ୍ୟ ରତ୍ନ ପଣ୍ଡା,ପୁରୀ ସରକାରୀ ଶିଳ୍ପ ତାଲିମ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଇଂ. ଅରବିନ୍ଦ ଘୋଷ ଏବଂ ଶ୍ରୀଯୁକ୍ତ ପ୍ରଭାକର ରାଓ, ନିର୍ଦ୍ଦେଶକ, ଆଇ ଇ ଡି ଓ, କର୍ମଶାଳା ର ଉଦଘାଟନ କରିଥିଲେ। ଇଂ. ଶ୍ରୀ ଅରବିନ୍ଦ ଘୋଷ ନିଜ ବକ୍ତବ୍ୟ ରେ ଆଇଟିଆଇ ଶିକ୍ଷା ପରବର୍ତ୍ତୀ ଉଦ୍ୟୋଗିତା ସୁଯୋଗ ଉପରେ ଆଲୋକପାତ କରି ଛାତ୍ର ଛାତ୍ରୀ ନିଜକୁ ଜଣେ ଜଣେ ଉଦ୍ୟମି ହେବାପାଇଁ ଉତ୍ସାହିତ କରିଥିଲେ । ଉକ୍ତ ଉଦ୍ୟମିତା ବିକାଶ କାର୍ଯ୍ୟକ୍ରମ ରେ ଉଦ୍ୟମିତା ଏବଂ ଉଦ୍ୟମିତାତ୍ମକ ସୃଷ୍ଟି ସମ୍ବନ୍ଧିତ ବିଭିନ୍ନ ଆଲୋଚନା ରେ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ। ବିଭିନ୍ନ ଉଦାହରଣ ମାଧ୍ୟମରେ ଆଶାୟୀ ପାର୍ଥି ମାନଙ୍କୁ “ନୂତନ କଳ୍ପନାରୁ ବାସ୍ତବତା ଓ ଉଦ୍ୟମିତା ରୁ ସମୁଦାୟ ରେ ପ୍ରଗତି ” ସମ୍ବନ୍ଧିୟ ବିଶେଷ ସୂଚନା ଦିଆଯାଇଥିଲା।
Related Stories
November 24, 2024
November 24, 2024