ନୂଆଦିଲ୍ଲୀ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତୃଣମୂଳ କଂଗ୍ରେସ ପାର୍ଟି ନେତ୍ରୀ ମହୁଆ ମିତ୍ର ଓ ଦର୍ଶନ ହୀରାନନ୍ଦାନୀଙ୍କୁ ବିଦେଶୀ ମୁଦ୍ରା ପ୍ରବନ୍ଧନ ଅଧିନିୟମ ଉଲ୍ଲଂଘନ ମାମଲାରେ ସମନ କରିଛି । ପଚରାଉଚରା ପାଇଁ ମାର୍ଚ୍ଚ 28ରେ ଦିଲ୍ଲୀ ସ୍ଥିତ ଇଡି ମୁଖ୍ୟାଳୟକୁ ଡକାଯାଇଛି ।
ଅଧିକାରୀକ ସୂତ୍ର ମୁତାବକ ବୁଧବାର କୁହାଯାଇଛି ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଫେମା ନିୟମ ଉଲ୍ଲଂଘନ ମାମଲାରେ ଏହି ସମନ ପଠାଇଛି ।
ଉଲ୍ଲେଖନୀୟ କ୍ୟାସ ଫର୍ କ୍ୱେରୀ ମାମଲାରେ ମହୁଆ ମିତ୍ର ଓ ଦର୍ଶନ ହୀରାନନ୍ଦାନୀଙ୍କୁ ଅଭିଯୁକ୍ତ କରିଥିଲା ସିବିଆଇ ।