ଭୁବନେଶ୍ୱର/ବାଙ୍କି, ବାଙ୍କି ହରିରାଜପୁର ଗାଁରେ ଅଭାବନୀୟ ଘଟଣା । ମିଳିଲାନି ମହାପ୍ରୟାଣ ଗାଡି । ଶେଷରେ ଟ୍ରଲିର ମାଆର ମୃତଦେହକୁ ବୋହିଲା ପୁଅ । ହରିରାଜପୁର ଗାଁର ଭରତ ଭୋଇ ନିଜ ମାଆଙ୍କର ମୃତଦେହକୁ ବାଙ୍କି ଡାକ୍ତରଖାନାରୁ ଟ୍ରଲିରେ 5 କିଲୋମିଟର ବୋହିଛନ୍ତି । ନିଜ ମାଆଙ୍କର ଶବ ଘରେ ପହଞ୍ଚାଇବା ପାଇଁ ଡ଼ାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଗୁହାରି କରିଥିଲେ ମଧ୍ୟ ସେ କର୍ଣ୍ଣପାତ କରିନଥିଲେ । ଶେଷରେ ବାଧ୍ୟ ହୋଇ ନିଜେ ମାଆର ଶବ ବୋହିଥିଲେ ଭରତ ।
Related Stories
November 24, 2024
November 24, 2024