ଭୁବନେଶ୍ୱର, ବିଜୁ ଜନତା ଦଳ ପକ୍ଷରୁ ନବୀନ ନିବାସରେ କେନ୍ଦୁଝର,ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ସଂସଦୀୟ କ୍ଷେତ୍ର ପାଇଁ ହେବ ସମୀକ୍ଷା ବୈଠକ ଆୟୋଜିତ କରାଯାଇଛି । କେନ୍ଦୁଝର ଓ ମୟୁରଭଞ୍ଜ ସଂସଦୀୟ କ୍ଷେତ୍ରର ସମୀକ୍ଷା ପାଇଁ ନବୀନ ନିବାସରେ ନେତା ମାନେ ପଂହଁଚିଥିବା ଜଣା ପଡିଛି । ଏହି ଜିଲ୍ଲା ମାନଙ୍କର । ବିଧାୟକ ଓ ପର୍ଯ୍ୟବେକ୍ଷକ ମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ମୟୁରଭଞ୍ଜ ପର୍ଯ୍ୟବେକ୍ଷ ପ୍ରଶାନ୍ତ ମୁଦୁଲି, କେନ୍ଦୁଝର ପର୍ଯ୍ୟବେକ୍ଷ ପ୍ରଣବ ପ୍ରକାଶ ଦାସ ମଧ୍ୟ ଉପସ୍ଥିତ ଥିବା ଜଣା ପ଼ଡିଛି ଯ ।କେନ୍ଦୁଝର ସଂସଦୀୟ କ୍ଷେତ୍ର ର ଚମ୍ପୁଆ ବିଧାୟିକା ମିନାକ୍ଷୀ ମହନ୍ତ, ପାଟଣା ବିଧାୟକ ଜଗନ୍ନାଥ ନାୟକ, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗିରଥି ସେଠି ପ୍ରମୁଖ ଉପସ୍ଥିତ ଅଛନ୍ତି । ଗୋଟିଏ ପରେ ଗୋଟିଏ ଲୋକସଭା ଆସନକୁ ନେଇ ସମୀକ୍ଷା କରାଯାଉଛି ।
Related Stories
November 24, 2024
November 24, 2024