ଭୁବନେଶ୍ୱର, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ରୋଲ ମଡେଲ ହୋଇ ପାରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶଳ ନେତୃତ୍ୱରେ ଜୀବନ ଓ ସମ୍ପତ୍ତି ରକ୍ଷା ପାଇଁ ଅନେକ ଯୋଜନା କରାଯାଇଛି । ବିଜେଡି ମୁଖପାତ୍ର ସଂତୃପ୍ତ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜିରୋ କାଜୁଆଲିଟି ନୀତି ସଫଳ ହୋଇଛି । ସେଥିପାଇଁ ଅନ୍ୟ ରାଜ୍ୟ ଓ ବିଦେଶରେ ମଧ୍ୟ ଓଡ଼ିଶାର ବିପର୍ଯ୍ୟୟ ମୁକାବିଲାକୁ ପ୍ରଶଂସା କରାଯାଇଛ । ପ୍ରାକୃତିକ ବିପର୍ଯ୍ୟୟ ସୂଚନା ଦେଇ ଆସେନି । ହେଲେ ପ୍ରାରମ୍ଭିକ ସତର୍କତା ସୂଚନା ପାଇଁ ବାଲେଶ୍ୱର, ଗଞ୍ଜାମ, ପୁରୀରେ ୧୬୦ଟି ଟାୱାର ବ୍ୟବସ୍ଥା କରାଯାଇଛି । ୪ଟି ସ୍ଥାନରେ ଡପଲର ରାଡାର ସ୍ଥାପନ ହୋଇଛି