
କନ୍ଧମାଳ- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଶିଶୁ ଅଦାଲତ ପଛ ପଟେ ନୂତନ ଭାବେ ନିର୍ମିତ ହୋଇଥିବା ଫୁଲବାଣୀ କଂଗ୍ରେସ କାର୍ଯ୍ୟାଳୟ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଦ୍ଵାରା ଭର୍ଚୁଆଲ ମୋଡରେ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ଜିଲ୍ଲା କଂଗ୍ରେସ ର ନୁତନ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଥିବା ଚନ୍ଦ୍ର ଶେଖର ପରିଡ଼ାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାପତିଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ର ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ଜାକବ ପ୍ରଧାନ, ଅଜୟନ୍ତୀ ପ୍ରଧାନ, ଜିଲ୍ଳା ସମ୍ପାଦକ ବିଜୟ କୁମାର ମହାନ୍ତି, ଶ୍ରମିକ ନେତା ଘନ ଶବର,ପୂର୍ବତନ ସାଂସଦ ରାଧା କାନ୍ତ ଦିଗାଲ,
ପ୍ରମୂଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜଳନ କରି ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ, ଉପସଭାପତି ତଥା ଆଇନଜିବି ରଜତ କୁମାର ମହାନ୍ତି, ସରୋଜ ପ୍ରଧାନ, ବଳଦେବ ବେହେରା,ଗୌର ଚରଣ ବେହେରା,ହେମନ୍ତ କର, ସଂସାର ଭୋଇ,ମିଡିଆ ସମ୍ପାଦକ ବସନ୍ତ କୁମାର ପାଢ଼ୀ, ନଗର ସଭାପତି ଶିବଶଙ୍କର ବେହେରାଙ୍କ ସମେତ ବିଭିନ୍ନ ବ୍ଳକରୁ ଅଧ୍ୟକ୍ଷ ଓ ସଭାପତି ମାନଙ୍କ ସମେତ ବହୁ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ l ଏଥି ସହିତ
ବିରଞ୍ଚି ମହାନ୍ତି,ଅରୁଣ ଗୌଡ,ତୁମୁଡ଼ିବନ୍ଧ ଓ ଫିରିଙ୍ଗିଆ ଅଞ୍ଚଳର ବହୁ ସଂଖ୍ୟକ ଜନ ସାଧାରଣ ବିଭିନ୍ନ ଦଳରୁ ଆସି କଂଗ୍ରେସରେ ସାମିଲ ହୋଇଛନ୍ତି l ଏହି ଅବସରରେ ନୂତନ ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ପରିଡାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l