
ମାଲକାନଗିରି, କଳିଯୁଗରେ ମାନବ ଜନ୍ମରୁ ମୁକ୍ତି ପାଇବା ପାଇଁ ହରିନାମ ମହାମନ୍ତ୍ର ଜପ କରିବା ଏକ ମାତ୍ର ପନ୍ଥା ବୋଲି ମହାମନୀଷିମାନେ କହି ଯାଇଛନ୍ତି ଏଥି ପାଇଁ ପ୍ରତି ଗାଁ ଗଣ୍ଡା ରେ ହରି ନାମ ସଂକୀର୍ତନ ହୋଇଥାଏ l ଏହାକୁ ଭିତ୍ତି କରି ମାଲକାନଗିରି ଜିଲ୍ଲା ମାଲକାନଗିରି ବ୍ଲକ ଅନ୍ତର୍ଗତ ଚାଲାଣଗୁଡା ଠାରେ ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଅଷ୍ଟପ୍ରହର ନାମ ସଂକୀର୍ତନ ଅନୁଷ୍ଠିତ ହୋଇଯାଇଛି! ଏହି ଅଷ୍ଟପ୍ରହର ନାମ ସଂକୀର୍ତନ ଗ୍ରାମବାସିଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା!ଅଷ୍ଟପ୍ରହର ନାମ ସଂକୀର୍ତନ ପାଇଁ ପ୍ରଥମ ଦିନରେ ଗାଁର ମହିଳାମାନେ ନିକଟସ୍ଥ ତମସା ନଦୀକୁ ଯାଇ ପବିତ୍ର ଜଳକୁ ଆଣି ମଣ୍ଡପରେ ସ୍ଥାପନ କରିବା ପରେ ସୋମବାର ଦିନ ବିଭିନ୍ନ ନାମ ସଂକୀର୍ତନ ମଣ୍ଡଳୀ ପକ୍ଷରୁ ନାମସଂକୀର୍ତନ କରାଯାଇଥିଲା! ଉତ୍ସବରେ ମାଲକାନଗିରି ଜିଲ୍ଲା ସମେତ ଛତିଶଗଡର ବିଭିନ୍ନ ଅଞ୍ଚଳରୁ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ ଲୋକ ଯୋଗଦେଇଥିଲେ!ବିଭିନ୍ନ ଅଞ୍ଚଳରୁ ଆସିଥିବା ନାମ ସଂକୀର୍ତନ ଦଳ ସେମାନଙ୍କ ନୃତ୍ୟ ଭଙ୍ଗୀରେ ହରି ନାମ ସଂକୀର୍ତନ ଦ୍ୱାରା ଉପସ୍ଥିତ ଥିବା ଶ୍ରଦ୍ଧାଳୁ ମାନଙ୍କ ମନ୍ତ୍ରମୁଗ୍ଧ କରିଦେଇଥିଲେ! ଅଷ୍ଟପ୍ରହର ନାମ ସଂକୀର୍ତନରେ ଗ୍ରାମର ଭଗବାନ ସାହୁ, ଶ୍ରୀନିବାସ ଜେନା, ପ୍ରମୋଦ ପଣ୍ଡା,ଇନ୍ଦ୍ର କୁମାର ପଣ୍ଡା, ପ୍ରଫୁଲ କୁମାର ପଣ୍ଡା ରବୀନ୍ଦ୍ର କୁମାର ଜେନା, ଜୟଶନ ପାଳ, ଅଭିମନ୍ୟୁ ମହାନ୍ତି, ବଳରାମ ମହାନ୍ତି, ରାମଚନ୍ଦ୍ର ଧାରୁଆ,ଚିତ୍ରସେନ ପାଳ, ପଦିଆ କବାସୀ, ଦେବେନ୍ଦ୍ର କୁମାର ପଣ୍ଡା, ଗଣେଶ ସାମଲ, ଧନୁ ଭୂୟାଁ, ପ୍ରଦୀପ ପଣ୍ଡା,କୃଷ୍ଣ ନାୟକ, ଅରକ୍ଷିତ ନାୟକ(ସରପଞ୍ଚ )ଅନେକ ଗ୍ରାମବାସୀ ସହଯୋଗ କରିବା ସହ ଅଷ୍ଟପ୍ରହର ନାମ ସଂକୀର୍ତନରେ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ରାଜନେତା, ସମାଜସେବୀ ସହ ହଜାର ହଜାର ଲୋକ ଉପସ୍ଥିତ ହୋଇ ଅନ୍ନ ପ୍ରସାଦ ସେବନ କରିଥିଲେ!