କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଏସ୍ .ଏଫ୍.ଆଇ ପୁରୀ ସହର କମିଟି ପକ୍ଷରୁ ମହାନ୍ ସ୍ଵାଧୀନତା ସଂଗ୍ରାମୀ ବିପ୍ଲବୀ ଭଗତ ସିଂହ, ରାଜଗୁରୁ ଓ ସୁଖଦେବଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।
ସଙ୍ଗଠନ ପକ୍ଷରୁ ସହିଦ ଦିବସ ଉପଲକ୍ଷେ ଏକ ପ୍ରଚାର ପଦଯାତ୍ରା ପୁରୀ ସାମନ୍ତ ଚନ୍ଦ୍ର ଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଠାରୁ ବାହାରି ରାମଚଣ୍ଡୀ ସାହିସ୍ଥ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ସଂଘ (ଓଷ୍ଟା) ପୁରୀ ଜିଲ୍ଲା କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା । ଓଷ୍ଟା ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ଅଧ୍ୟକ୍ଷତା କରିଥିଲେ ସୁରଜମଲ ସାହା ମହାବିଦ୍ୟାଳୟର ଛାତ୍ରନେତା ମାନସ ରଞ୍ଜନ ଦଳବେହେରା । ପ୍ରାରମ୍ବରେ ସଭ୍ୟ ଓ ସଭ୍ୟା ମାନେ ସହିଦ ମାନଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଦେଇଥିଲେ ।
ସଭାରେ ମୁଖ୍ୟବକ୍ତା ଭାବେ ଶିକ୍ଷକ ନେତା ତଥା ସୁରଜମଲ ସାହା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ସୁରେନ୍ଦ୍ର କୁମାର ଜେନା ବକ୍ତବ୍ୟ ରଖି କହିଲେ ଯେ ଭଗତ ସିଂହ ଓ ତାଙ୍କ ସାଥୀ ବିପ୍ଲବୀ ମାନେ ଭାରତକୁ ଏକ ସମାଜବାଦୀ ପ୍ରଜାତନ୍ତ୍ର ଗଢିବାର ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଏବେ ଧୂଳିସାତ ହେବାକୁ ବସିଛି । ବୃହତ୍ ଏକଚାଟିଆ ପଞ୍ଜିପତିଙ୍କ ଲୁଣ୍ଠନ ଓ ସାମ୍ପ୍ରଦାୟିକ ଫାଶୀବାଦି ରାଜନୀତି ଏହି ସ୍ବପ୍ନ ସାକାର ଦିଗରେ ମୁଖ୍ୟ ପ୍ରତିବନ୍ଧକ। ଏସ ଏଫ୍ ଆଇ ରାଜ୍ୟ ସମ୍ପାଦକ ଷ୍ଟାଲିନ ଲେଙ୍କା, ରେଭେନ୍ସା ବିଶ୍ବବିଦ୍ୟାଳୟର ଛାତ୍ରନେତା ସ୍ମୃତି ରଞ୍ଜନ ଜେନା ଶିକ୍ଷା ଓ ସ୍ଵାସ୍ଥ୍ୟର ଘରୋଇକରଣ ଓ ବ୍ୟବସାୟୀକରଣ ହେଉଛି ପୁଞ୍ଜିବାଦୀ ଅର୍ଥନୀତିର ଅଂଶ । ଏହା ବିରୁଦ୍ଧରେ ଛାତ୍ର ସମାଜ ଏକାଠି ହେବାକୁ ଆହ୍ବାନ ଦେଇଥିଲେ । ଛାତ୍ର ନେତା ଚନ୍ଦନ କୁମାର ସାହୁ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଛାତ୍ରୀନେତ୍ରୀ ରାକ୍ଷୀ ସ୍ବାଇଁ, ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଛାତ୍ରନେତା ଅମିତ୍ କୁମାର ବେହେରା, ଶୁଭଙ୍କର ପଣ୍ଡା , ଦିପୁ ଶଙ୍ଖବର୍, ଶିକ୍ଷକନେତା ବ୍ରହ୍ମାନନ୍ଦ ସାହୁ ଓ କୃଷ୍ଣଚନ୍ଦ୍ର ସାହୁ ଆଲୋଚନାରେ ଭାଗ ନେଇଥିଲେ ।
Related Stories
November 24, 2024
November 24, 2024