କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଲାଇଟ ହାଉସ ନିକଟ ସମୁଦ୍ର କୂଳରେ ଇଣ୍ଡିଆନ ସାଇନିନ୍ସ କଂଗ୍ରେସ ଆସୋସିଏସନ , ଭୁବନେଶ୍ୱର ଆନୁକୂଲ୍ୟରେ ଓଡିଶା ଜଳବାୟୁ ପରିବର୍ତ୍ତନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ସମୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆମେରିକାର ଦୁଇ ବୈଜ୍ଞାନିକ ରସାୟନ ବିଜ୍ଞାନୀ ପ୍ରଫେସର ନିଲ ଫିଲିପି ଓ ଶ୍ରୀମତୀ ପରମିତା ସେନ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଫେସର ଫିଲିପି ପରିବେଶରେ ପ୍ଲାଷ୍ଟିକର ବ୍ୟବହାରର ନାକରାତ୍ମକ ପ୍ରଭାବ ସଦର୍ଭରେ ନିଜ ଅଭିଭାଷଣ ରଖିଥିଲେ। ସ୍ୱାଗତ ସଙ୍ଗୀତ ,ଓଡିଶୀ ନୃତ୍ୟ ପରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଘୋଡ଼ା ବଜାର, ପୁରୀର ପ୍ରଧାନ ଆଚାର୍ଯ୍ୟ ଅରବିନ୍ଦ ଦାସ ଅତିଥି ମାନଙ୍କ ପରିଚୟ ରଖିଥିଲେ।ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଅଭିମନ୍ୟୁ ଭୂୟାଁ ଅତିଥିମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ।ଶିଶୁ ବିଦ୍ୟା ମନ୍ଦିର,+୨ ବିଜ୍ଞାନ ଜ୍ଞାନ ମନ୍ଦିରର ଶିଶୁ ମାନଙ୍କ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ବିଶ୍ୱବିଦ୍ୟାଳୟର ପ୍ରାୟ ୩୦୦ ବିଦ୍ୟାର୍ଥୀ ମାନଙ୍କ ସହ ଅନେକ ସମାଜ ସେବୀ ସମୁଦ୍ରକୂଳ ସଫେଇ କରିଥିଲେ।ସମସ୍ତ କାର୍ଯ୍ୟକ୍ରମ ଇଣ୍ଡିଆନ ସାଇନିନ୍ସ କଂଗ୍ରେସ ଆସୋସିଏସନ, ଭୁବନେଶ୍ୱରର କନଭେନର ଡ଼ଃ ଏସ.କେ.ଏସ. ପରାଶରଙ୍କ ତତ୍ତ୍ୱାବଧାନରେ ଓ ବିଦ୍ୟାଳୟ ପରିଚାଳନା ସମିତିର କର୍ମକର୍ତ୍ତା ଓ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ ସମ୍ପାଦିତ ହୋଇଥିଲା।ସମସ୍ତ କାର୍ଯ୍ୟକ୍ରମ ଇଣ୍ଡିଆନ ସାଇନିନ୍ସ କଂଗ୍ରେସ ଆସୋସିଏସନ, ଭୁବନେଶ୍ୱରର କନଭେନର ଡ଼ଃ ଏସ.କେ.ଏସ. ପରାଶରଙ୍କ ତତ୍ତ୍ୱାବଧାନରେ ଓ ବିଦ୍ୟାଳୟ ପରିଚାଳନା ସମିତିର କର୍ମକର୍ତ୍ତା ଓ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ ସମ୍ପାଦିତ ହୋଇଥିଲା।
Related Stories
November 24, 2024
November 24, 2024