ଭୁବନେଶ୍ୱର, ଡକ୍ଟର ରାମ ମନୋହର ଲୋହିୟାଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ପିଏମ ମୋଦି କହିଛନ୍ତି ଯେ, ଡକ୍ଟର ରାମ ମନୋହର ଲୋହିୟାଙ୍କ ଜୟନ୍ତୀ ଅବସରରେ ଆଦରପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଭୂମିକା ତୁଲାଇବା ପରେ ସେ ସ୍ୱାଧୀନ ଭାରତର ରାଜନୀତିରେ ଏକ ସୁଦୃଢ ଆଧାରସ୍ତମ୍ଭ ଥିଲେ । ନିଜର ପ୍ରଖର ସମାଜବାଦୀ ବିଚାର ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ ।
Related Stories
November 21, 2024