ନୂଆପଡା- ନୂଆପଡା ଜିଲ୍ଲାରେ ଗତ ୨ ଦିନ ଧରି ଲଘୁଚାପ କାରଣରୁ ମେଘୁଆପାଗ ରହି ବର୍ଷା ହେବାରୁ ସାଧାରଣ ଜୀବନ ଯାତ୍ରାରେ ବ୍ୟାହତ ଦେଖାଦେଇଛି । ଏହି ଲଘୁଚାପ ଜନୀତ ବର୍ଷାରେ ବିଶେଷ କରି ଜିଲ୍ଲାର ଚାଷି ମାନେ ଚାଷ କରିଥିବା ଡାଳିଜାତୀୟ ଫସଲରେ ବିଶେଷ ପ୍ରଭାବିତ ହେବେ ବୋଲି ଅଭିେଯାଗ କରିଛନ୍ତି । ଚଳିତ ବର୍ଷ ଜିଲ୍ଲାରେ ଡାଳିଜାତୀୟ ଫସଲ ଭଳ ଚାଷ ହୋଇଥିବା ବେଳେ ଚାଷି ଚାଷ କରିଥିବା ମୁଗ, ବିରି, ହରଡ ସହ ଅନ୍ୟାନ୍ୟ ଡାଳିଜାତୀୟ ଫସଲ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାସହ କପା ଚାଷରେ ମଧ୍ୟ ପଭାବିତ ହୋଇଛନ୍ତି ଚାଷି । ଏହି ଲଘୁଚାପ ବର୍ଷାରେ କପା ଭିଜି କାରଣରୁ ଅନେକ ଚାଷି କ୍ଷତିଗ୍ରସ୍ତ ହେବେ ବୋଲି ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଚାଷିଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ହେଉଛି ।
Related Stories
November 28, 2024