ନୂଆଦିଲ୍ଲୀ, ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଗିରଫ ହୋଇଥିବା ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ.କବିତାଙ୍କ ଇଡି ହେପାଜତ 3ଦିନ ବୃଦ୍ଧି ହୋଇଛି । ସ୍ପେଶାଲ ଜଜ କାଭେରୀ ବାୱେଜା ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଶୁଣାଣି ସମୟରେ ଆଜି ଇଡି ପକ୍ଷରୁ ଓକିଲ କବିତାଙ୍କ ହେପାଜତ 5ଦିନ ବୃଦ୍ଧି କରିବାକୁ ଦାବି କରିଥିଲେ । ସେ କହିଥିଲେ 4ଜଣ ଲୋକଙ୍କ ବୟାନ ରେକର୍ଡ କରାଯାଇଛି । କବିତା ଶହେ କୋଟିର ହେରାଫେରି କରିଛନ୍ତି । କବିତାଙ୍କ ମୋବାଇଲ ଡାଟାର ପରୀକ୍ଷଣ କରାଯାଇଛି ଏବଂ ଫୋରେନସିକ ରିପୋର୍ଟ ସହିତ ଆମନା-ସାମନା କରାଯାଇଛି, ଯେଉଁଥିରେ ଯାଂଚ ସମୟରେ କବିତା ଡାଟା ଡିଲିଟ କରିଥିବା ଜଣାପଡିଛି ।