ମୁମ୍ବାଇ,କୁଖ୍ୟାତ ଗ୍ୟାଙ୍ଗଷ୍ଟର ପ୍ରସାଦ ବିଟ୍ଟଲ ପୂଜାରୀକୁ ମୁମ୍ବାଇ ପୋଲିସ ଚୀନରୁ ମୁମ୍ବାଇ ଆଣିଛି । ଅନେକ ବର୍ଷରୁ ଫେରାର ଥିବା ପୂଜାରୀ ବିରୁଦ୍ଧରେ ଇଂଟରପୋଲ ରେଡକର୍ନର ନୋଟିସ ଜାରି କରିଥିଲା ।
ପୋଲିସ ସୂଚନା ମୁତାବକ ପ୍ରସାଦ ପୂଜାରୀ 2008ରୁ ଚୀନରେ ଅସ୍ଥାୟୀ ନିବାସ ଭିସାରେ ରହୁଥିଲା । ଭାରତୀୟ ଏଜେନ୍ସିର ଗିରଫରୁ ବର୍ତ୍ତିବା ପାଇଁ ପୂଜାରୀ ଜଣେ ଚୀନୀ ମହିଳାଙ୍କୁ ବି ବିବାହ କରିଥିଲେ । ଚୀନ ତାକୁ ମୁମ୍ବାଇ ପୋଲିସକୁ ସମର୍ପଣ କରିବାକୁ ସହମତି ଦେଇଥିଲା । ଏହାପରେ ପୋଲିସ ଅଧିକାରୀଙ୍କ ଏକ ଟିମ୍ 44ବର୍ଷୀୟ ପୂଜାରୀଙ୍କୁ ଶନିବାର ସକାଳେ ଫ୍ଲାଇଟ ଯୋଗେ ମୁମ୍ବାଇରେ ପହଂଚିଛନ୍ତି ।