ନୂଆପଡା- ଖଡିଆଳ-ଭବାନୀପାଟଣା ରାଜ୍ୟ ରାଜପଥର ଖଡିଆଳ ବ୍ଲକ ଅନ୍ତର୍ଗତ ବଙ୍କାପୁର ଗ୍ରାମର ବସଷ୍ଟାଣ୍ଡ ଠାରୁ ବଙ୍କାପୁର ଗ୍ରାମ ଦେଇ ୧୦ କିଲୋମିଟର ଦୂର ରାଣିମୁଣ୍ଡା ଗ୍ରାମକୁ ନିର୍ମାଣ ହେଉଥିବା ପିଚୁରାସ୍ତା କାମ ଅତ୍ୟନ୍ତ ନିମ୍ନମାନର େଯାଗୁଁ ତାହା ନିର୍ମାଣର ୨ ଦିନ ପରେ ଉଠି ଯାଇଥିବା ଭଳି ଗୁରୁତର ଅଭିେଯାଗ ଆସିଛି । ଏନେଇ ବଙ୍କାପୁର, ଚଚରାଭଟା, ଆର୍ତ୍ରାଣପୁର, ରାଣିମୁଣ୍ଡା ଗ୍ରାମବାସୀଙ୍କ ସମେତ ନୂଆପଡା ଜିଲ୍ଲା ଦଳିତ ଅଧିକାର ମ ପୁଣି ଥରେ ରାସ୍ତା ନିର୍ମାଣ କରିବାକୁ ଦାବୀ କରିଛନ୍ତି। ଯଦି ରାସ୍ତା ନିର୍ମାଣ କରାନଯାଏ ତେବେ ବ୍ୟାପକ ଆନ୍ଦୋଳନାମôକ ପନ୍ଥା ଗ୍ରହଣ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଏନେଇ ଶନିବାର ନୂଆପଡା ଜିଲ୍ଲା ଦଳିତ ଅଧିକାର ମର ସଭାପତି କମଳ ଚରଣ ତାଣ୍ଡିଙ୍କ ସମେତ ମର କର୍ମକର୍ା ପହô ରାସ୍ତା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା ବେଳେ ନିର୍ମାଣ ଦିନରୁ ପିଚୁ ବାହାରି ପଡୁଥିବା ବେଳେ ପୂର୍ବିଭାଗ ନିର୍ମାଣଯନ୍ରୀଙ୍କୁ ଅଭିେଯାଗ କରି ଉନ୍ନତ ମାନର ରାସ୍ତା ନିର୍ମାଣ ସହ ଦୋଷୀ ଅଧିକାରୀ ଏବଂ ଠିକାଦାରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଥିଲେ । ଏନେଇ କାର୍ଯ୍ୟନିର୍ବାହୀ ଯନ୍ରୀ ତଦନ୍ତରେ ଆସି ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏଠାରେ ସୂଚନା େଯାଗ୍ୟ େଯ ବଙ୍କାପୁର ଗ୍ରାମର ବସଷ୍ଟାଣ୍ଡ ଠାରୁ ରାଣିମୁଣ୍ଡା ଗ୍ରାମ ପର୍ଯ୍ୟନ୍ତ ପିଚୁ ରାସ୍ତା ଠିକ ରହିଥିବା ବେଳେ ଖଡିଆଳ ପୂର୍ବିଭାଗ ୩ କୋଟି ଟଙ୍କା ବ୍ୟୟ ଅଟକଳରେ ନିଯୁକ୍ତ ଠିକାଦାର ସୁଶିଲ ଖେମଲାଙ୍କ ଦ୍ବାରା ରାସ୍ତା ନିର୍ମାଣ କାମ ଆରମ୍ଭ କରିଥିଲେ । କିନ୍ତୁ ରାସ୍ତା ନିର୍ମାଣ ଆରମ୍ଭରୁ ଏହି ରାସ୍ତା କାର୍ଯ୍ୟକୁ ନିମ୍ନମାନ କରି ଆସୁଥିଲେ । ଏବେ ରାସ୍ତାକୁ ପିଚୁ କରାଯାଇଥିବା ବେଳେ ଠିକାଦାର ନାମକୁ ମାତ୍ର ୧ ଇର ପିଚୁରାସ୍ତା ନିର୍ମାଣ କରୁଥିବା ଦେଖôବାକୁ ମିଳିଛି । ଫଳରେ ପିଚୁ ସହ ଗେଟି ସବୁ ବାହାରି ପଡୁଥିବା ବେଳେ ମାଟି ଗୁଣ୍ଡ ସବୁ ଉପାଡି ହୋଇପଡୁଛି । ଫଳରେ ରାସ୍ତାର ସ୍ଥାୟିତ୍ବ ନେଇ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହେଉଛି । ଏନେଇ ଇତିପୂର୍ବେ ସ୍ଥାନୀୟ ଗ୍ରାମବାସୀ ମାନେ ଅଭିେଯାଗ କରିଥିଲେ ମଧ୍ୟ ଠିକାଦାର କିମ୍ବା ପୂର୍ ବିଭାଗ କିଛି ଶୁଣିନଥିଲେ । ହେଲେ ଗତ ଦିନରୁ ପିଚୁ କାମ ଆରମ୍ଭ ହୋଇଥିବା ବେଳେ ଏହି ପିଚୁରାସ୍ତା ନିର୍ମାଣ ମଧ୍ୟ ଅତ୍ୟନ୍ତ ନିମ୍ନମାନର ତିଆରି କରାଯାଇଥିଲା । ଏନେଇ ଗତ ୨୭ ତାରିଖ ଦିନ ବଙ୍କାପୁର ଗ୍ରାମର ଲୋକେ ନିମ୍ନମାନର ପିଚୁରାସ୍ତା ନିର୍ମାଣ କରାଯାଉଥିବାରୁ ବିରୋଧ କରି ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଥିଲେ । କିନ୍ତୁ ଠିକାଦାର ଏବଂ ପୂର୍ ବିଭାଗ କର୍ମଚାରୀ ପହô ଗ୍ରାମବାସୀ ମାନଙ୍କୁ ବୁଝାସୁଝା କରି ଉନ୍ନତ ମାନର ରାସ୍ତା ନିର୍ମାଣ କରିବାର ପ୍ରତିଶୃତି ଦେଇ ରାସ୍ତା କାମ ଆରମ୍ଭ କରିଥିଲେ । କିନ୍ତୁ ଏହି ପିଚୁ ରାସ୍ତା ନିର୍ମାଣର ୨ ଦିନ ପରେ ପିଚୁ ଓ ଗେଟି ସବୁ ଖୋଳି ଯାଉଥିବା ବେଳେ ରାସ୍ତାର ସ୍ଥାୟିତ୍ବ ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପକ୍ଷରେ ଗ୍ରାମବାସୀ ମାନେ ଉନ୍ନତ ଥିବା ରାସ୍ତାକୁ ବିନା କାରଣରେ କେଉଁ ସ୍ବାର୍ଥରେ ଖୋଳି ଦେଇ ସଂପୃକ୍ତ ବିଭାଗ ଏବଂ ଠିକାଦାର ନିମ୍ନମାନର କାମ କରୁଥିବା ଅଭିେଯାଗ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ତଦନ୍ତ କରି ଠିକାଦାର ଓ ପୂର୍ ବିଭାଗ ଅଧିକାରୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଉନ୍ନତ ପିଚୁ ରାସ୍ତା ନିର୍ମାଣ କରିବାକୁ ଦାବୀ କରିଛନ୍ତି ।