ଭୁବନେଶ୍ୱର–ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ତଥା ବାଲିକୁଦା -ଏରସମା ବିଧାୟକ ଶ୍ରୀ ରଘୁନନ୍ଦନ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି l ସ୍ବର୍ଗତ ରାଉତଙ୍କର ଅନନ୍ୟ ବ୍ୟକ୍ତିତ୍ୱ, ସାଙ୍ଗଠନିକ ଦକ୍ଷତା, ଲୋକପ୍ରିୟତା,ଏକାଧିକ ଥର ମନ୍ତ୍ରୀ ତଥା ବିଧାୟକ ଭାବେ ନିଜ ଅଞ୍ଚଳ ତଥା ରାଜ୍ୟର ବିକାଶରେ ତାଙ୍କର ଅବଦାନ ଯୋଗୁଁ ସେ ସର୍ବଦା ସ୍ମରଣୀୟ ରହିବେ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି l ସ୍ବର୍ଗତ ରାଉତଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି ବୋଲି କହିବା ସହ ସେ ଦିବଂଗତ ଅମର ଆତ୍ମାର ସଦଗତି କାମନା ପୂର୍ବକ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି l
Related Stories
November 21, 2024
November 21, 2024