-
ଦୁଇ ଜେଲ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର, ଭୁବନେଶ୍ୱର ଝାରପଡା ଜେଲରେ ଗୋଷ୍ଠୀ ସଙ୍ଘର୍ଷ ଓ ନିଶା ଦ୍ରବ୍ୟ ଚାଲାଣ ଘଟଣା । ଦୁଇ ଜେଲ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜଣେ ୱାର୍ଡରକୁ ନିଲମ୍ବିତ କରାଯାଇଥିବା ବେଳେ ଜଣଙ୍କୁ ବଦଳି କରାଯାଇଛି । ଜେଲର ୱାର୍ଡର ପ୍ରଭାତ କୁମାର ମହାରଣାଙ୍କୁ ସସପେଣ୍ଡ କରାଯାଇଛି I ହାଇସିକ୍ୟୁରିଟି ସେଲ ଦାୟିତ୍ୱରେ ଥିବା ସତ୍ୱେ ପ୍ରଭାତ ଚକରା ବାରିକକୁ ଅନୁକମ୍ପା ଦେଖାଇ ଥିବା ଅଭିଯୋଗରେ ସସପେଣ୍ଡ ହୋଇଛନ୍ତି I ସେହିପରି ନାଇଟ ଡ୍ୟୁଟିରେ ଥିବା ମଙ୍ଗୁଳି ସେଠି, ଚିପ ୱାର୍ଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି I ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି ।
ଏଠାରେ ସୂଚନାଯୋଗ୍ୟ, ଗତ ୧୭ ତାରିଖରେ ଚକରା ଓ ତାର ୩ ସହଯୋଗୀ ମିଶି ଜେଲ ଭିତରେ ଶମ୍ଭୁନାଥକୁ ମାଡ଼ ମାରିଥିଲେ । ପରେ ପୋଲିସ ଚଢ଼ାଉ କରି ନିଶାଦ୍ରବ୍ୟ ପାଇଥିଲା । ଜେଲ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ଜଣେ ଡ଼ିଆଇଜି ଓ ଅନ୍ୟ ଜଣେ ସିନିୟର ଜେଲ ସୁପରିଟେଣ୍ଡେଣ୍ଟ ଘଟଣାର ତଦନ୍ତ କରୁଥିଲେ ।