ଭୁବନେଶ୍ବର, ଡାକ୍ତର ଦାମୋଦର ରାଉତଙ୍କ ବିୟୋଗରେ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଶୋକ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି, “ଡାକ୍ତର ଦାମୋଦର ରାଉତଙ୍କ ବିୟୋଗ ଖବର ପାଇ ମୁଁ ମର୍ମାହତ । ଡାକ୍ତର ରାଉତ ଜଣେ ଦୃଢ ମାନସିକ ବ୍ୟକ୍ତି ,ଓଡିଶା ରାଜନୀତିର ଜଣେ ମହାଦ୍ରୁମ , ୭ଥର ବିଧାନସଭାକୁ ନିର୍ବାଚିତ ହେବା ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ପଚାଂୟତିରାଜ , ସମବାୟ , କୃଷି ଆଦି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ସେ ଜଣେ ବିଜୁ ଅନୁଗାମୀ ଓ ବିଜୁ ଚିନ୍ତାଧାରାର ଦୃଢ ସମର୍ଥକ ଥିଲେ । ତାଙ୍କର ବିୟୋଗ ରାଜ୍ୟ ଓ ରାଜନୀତି ପୀଇଁ ଏକ ଅପୁରଣୀୟ କ୍ଷତି ।
ମୁଁ ତାଙ୍କର ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ସ୍ୱର୍ଗତ ଆତ୍ମାର ସଦ୍ଗତି ପାଇଁ ଇଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଛି । ଓମ୍ ଶାନ୍ତି