-
ବିଧାନସଭା ପରିସରରେ ସ୍ୱର୍ଗତଃ ଦାମୋଦର ରାଉତଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର
ଭୁବନେଶ୍ବର, ଡାକ୍ତର ଦାମୋଦର ରାଉତଙ୍କ ପାର୍ଥୀବ ଶରୀର ବିଜୁ ଜନତା ଦଳର ମୁଖ୍ୟାଳୟ ଶଂଖ ଭବନକୁ ଅଣା ଯାଇଥିଲା । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ଏହାସହ ଫାଇଭ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍, ବିଧାୟକ ଓ ବରିଷ୍ଠ ନେତୃବୃନ୍ଦ ମଧ୍ୟ ତାଙ୍କର ଶେଷ ଦର୍ଶନ କରିଛନ୍ତି।
ତାଙ୍କର ପାର୍ଥିବ ଶରୀରକୁ ବିଧାନସଭା ପରିସରକୁ ମଧ୍ୟ ନିଆଯାଇଥିଲା । ବିଧାନସଭା ପରିସରରେ ସ୍ୱର୍ଗତଃ ଦାମୋଦର ରାଉତଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ବହୁ ବରିଷ୍ଠ ନେତା ଓ ମନ୍ତ୍ରୀ ଶେଷ ଦର୍ଶନ କରିଥିଲେ