ନୂଆଦିଲ୍ଲୀ- କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ଵାରା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରାଯିବା ପରେ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଆବଶ୍ୟକ । କିନ୍ତୁ, ଅରବିନ୍ଦ କେଜରିୱାଲ ଜେଲ୍ ରୁ ସରକାର ଚଳାଇବା କଥା କହୁଛନ୍ତି । ଯାହାକି ଦିଲ୍ଲୀର ଜନସାଧାରଣ, ଆଇନ ଏବଂ ଗଣତନ୍ତ୍ରର ଅପମାନ ଅଟେ ।
ଅନୁରାଗ କହିଛନ୍ତି ଯେ, ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ, ଏକ ରାଜନୈତିକ ଦଳ ଯିଏକି କଂଗ୍ରେସର ଭ୍ରଷ୍ଟାଚାର ବିଷୟରେ କହୁଥିଲା ଏବଂ ସୋନିଆ ଗାନ୍ଧିଙ୍କ ଗିରଫଦାରୀ ଦାବି କରୁଥିଲା । ସେ ୯ ଥର ସମନ ପରେ ମଧ୍ୟ ଇଡି ସମ୍ମୁଖରେ ହାଜର ହେବାକୁ ମନା କରିଥିଲା । ଶୁକ୍ରବାର ମିଡ଼ିଆ ସହିତ କଥାବାର୍ତା ବେଳେ ଅନୁରାଗ ଏହା କହିଛନ୍ତି ।