
ନୂଆପଡା- କୃଷି ଭିିକ ଗଣପର୍ବ ନବାନ୍ନ ପରେ ପଶ୍ଚିମ ଓଡିଶାର ଅନ୍ୟ ଏକ କୃଷିଭିିକ ପର୍ବ ପୁଷପୁନି ଆବାହମାନ କାଳରୁ ଏହି ଅଳର ଲୋକେ ପାଳନ କରି ଆସୁଛନ୍ତି। ଭାରତ ସ୍ବାଧିନ ହେଲା ପରେ ପରେ େଯତେବେଳେ ଓଡିଶା ରାଜ୍ୟ ଗଠନ ହେଲା ସେହି ଦିନ ଠାରୁ ପୌଷପୂର୍ଣ୍ଣିମାକୁ ସରକାରୀ ବିଦ୍ୟାଳୟ ମାନଙ୍କରେ ଛୁଟି ଦିବସ ରୂପେ କାର୍ଯ୍ୟ କାରି ହୋଇ ଆସୁଥିଲା। କିନ୍ତୁ ଗତ କିଛି ବର୍ଷ ହେଲା ପୌଷପୂର୍ଣ୍ଣିମା ଛୁଟି ସରକାରୀ ଛୁଟି ତାଳିକାରୁ ବାଦ ଦିଆଯାଇଥିବାରୁ ଏହି ଅଳର ବୁଦ୍ଧିଜୀବୀଙ୍କ ସମେତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି। ଆସନ୍ତା ୧୦ ତାରିଖ ଦିନ ପଶ୍ଚିମ ଓଡିଶା ବାସୀ ପୌଷପୂର୍ଣ୍ଣିମା ପାଳନ କରୁଥିବା ବେଳେ ଏହି ପର୍ବ ଚାଷ ଓ ଚାଷିଙ୍କ ସହିତ ଅଙ୍ଗାଅଙ୍ଗୀ ଭାବରେ ଜଡିତ ଥିବାରୁ ଅଳର ଲୋକେ ତିହାର ଭାବରେ ଧୂମଧାମରେ ପାଳନ କରିଥାନ୍ତି । ଫଳରେ ଏହି ପର୍ବ ଦିନ ସମସ୍ତଙ୍କ ଘରେ ଭୋଜିଭାତ ହୋଇ ଏହି ପର୍ବରେ ମଜା ଉଠାଇଥାନ୍ତି । ହେଲେ ଛୁଟି ତାଳିକାରୁ ଏହି ପର୍ବକୁ ବାଦ ଦିଆଯାଇନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେଇ ପୌଷପୂର୍ଣ୍ଣିମାକୁ ସରକାରୀ ଛୁଟି ଘୋଷଣା କରିବାକୁ ସାଧାରଣରେ ଦାବୀ କରାଯାଇଛି ।