-
ଲୋକସଭା ନିର୍ବାଚନ ପାଇଁ ଜିଲ୍ଲାପାଳ ରିଟର୍ଣ୍ଣିଂ ଅଫିସର,
-
ବିଧାନସଭା ନିର୍ବାଚନ ପାଇଁ ବରିଷ୍ଠ ୬ ଅଧିକାରୀ ରିଟର୍ଣ୍ଣିଂ ଅଫିସର,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ଜିଲ୍ଲା ଦୁଇଟି ଲୋକସଭା ନିର୍ବାଚନ ମଣ୍ଡଳୀ ର ୬ଟି ବିଧାନସଭା ଆସନ କୁ ନେଇ ଗଠିତ |୧୬ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଟି ଅନସୂଚିତ ଜାତି ପାଇଁ ସଂରକ୍ଷିତ ଥିବା ବେଳେ ଏହା ଅଧିନରେ ୧୦୫ କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ୧୦୬ ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ।୧୦୫ କାକଟପୁର ବିଧାନସଭା ଆସନ ଟି ଅନସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି।ସେହିପରି ୧୭ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ରେ ୧୦୭ ପୁରୀ ବିଧାନସଭା,୧୦୮ବ୍ରହ୍ମଗିରି ବିଧାନସଭା, ୧୦୯ ସତ୍ୟବାଦୀ ବିଧାନସଭା ଓ ୧୧୦ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ସାମିଲ ଅଛି।ଲୋକସଭା ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଧିକାରୀ ଜିଲ୍ଲାପାଳ ରହିଥିବା ବେଳେ ତାଙ୍କୁ ସହଯୋଗ ପାଇଁ ୭ ଜଣ ଏ ଆର ଓ ବା ଆସିସ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସର ରହିଛନ୍ତି।ସେହିପରି ୬ ଟି ବିଧାନସଭା ଆସନ ପାଇଁ ୬ ଜଣ ରିଟର୍ଣ୍ଣିଂ ଅଧିକାରୀ ଥିବା ବେଳେ ତାଙ୍କୁ ସହଯୋଗ ପାଇଁ ୧୨ ଜଣ ଏ ଆର ଓ ନିୟୋଜିତ ରହିଛନ୍ତି।କାକଟପୁର ବିଧାନସଭା ନିର୍ବାଚନ ପାଇଁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ, ନିମାପଡା ବିଧାନସଭା ପାଇଁ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ, ପୁରୀ ବିଧାନସଭା ପାଇଁ ଉପଜିଲ୍ଲାପାଳ, ବ୍ରହ୍ମଗିରି ବିଧାନସଭା ପାଇଁ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ସତ୍ୟବାଦୀ ବିଧାନସଭା ପାଇଁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଓ ପିପିଲି ବିଧାନସଭା ନିର୍ବାଚନ ପାଇଁ ଅତିରିକ୍ତ ଉପଜିଲ୍ଲାପାଳ ରିଟର୍ଣ୍ଣିଂ ଅଧିକାରୀ ରହିଛନ୍ତି।