
ଭୁବନେଶ୍ୱର– ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ବରିଷ୍ଠ ନେତା ଡା ଦାମୋଦର ରାଉତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେ ସୋସିଆଲ ମିଡିଆରେ ଟ୍ୱିଟ କରି କହିଛନ୍ତି, ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଅସୁସ୍ଥତା ବିଷୟରେ ଜାଣି ମୁଁ ଚିନ୍ତିତ । ତାଙ୍କର ଆଶୁଆରୋଗ୍ୟ ଓ ଦୀର୍ଘାୟୁ ଜୀବନ କାମନା କରୁଛି ।