ଜୟପୁର– ଟି.ପି. ଦକ୍ଷିଣାଞ୍ଚଳ ଓଡ଼ିଶା ବିତରଣ ଲିମିଟେଡ ଆନୁକୂଲ୍ୟରେ ୫୩ତମ ଜାତୀୟ ସୁରକ୍ଷା ସଚେତନତା ଅବସରରେ ସ୍ଥାନୀୟ ପାୱାର ହାଉସ୍ କଲୋନୀ, ପ୍ରାଥମିକ ବିଦ୍ୟାଳୟ ଜୟପୁରର ଛାତ୍ରଛାତ୍ରୀ ମାନଙ୍କ ମଧରେ ଏକ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପଦ୍ମାଳୟା ମହାପତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସଭାରେ ସହକାରୀ ଶିକ୍ଷୟତ୍ରୀ ଗୌରୀ ପଣ୍ଡା, ରାଧାରାଣୀ ସାହୁ ଓ ଟିପିଏସଓଡିଏଲ୍ ର କର୍ମଚାରୀମାନେ ଉପସ୍ଥିତ ଥିଲେ।
୫୩ତମ ସୁରକ୍ଷା ମାସରେ ସୁରକ୍ଷା ଆଭିମୁଖ୍ୟ ସମ୍ପର୍କରେ ଜୀବନ ଜ୍ୟୋତୀ ମିଶ୍ର ସମ୍ୟକ ସୂଚନା ଦେଇ କାଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମଟି ସୁରକ୍ଷା ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କ ତତ୍ଵାବଧାନରେ ହୋଇଥିଲା। ଘରୋଇ ବୈଦ୍ୟୁତିକ ସୁରକ୍ଷା ଉପରେ ଅଭିଭାଷଣ ରଖିଥିଲେ ସୌମ୍ୟ ରଞ୍ଜନ ଲେଙ୍କା । ଶେଷରେ ଛାତ୍ର ମାନଙ୍କ ମଧ୍ୟରେ ବୈଦ୍ୟୁତିକ ସୁରକ୍ଷା ସଚେତନତା ଧର୍ମୀ ସାଧାରଣ ଜ୍ଞାନ ପରୀକ୍ଷା କରାଯାଇ ଥିଲା ଏବଂ କୃତି ପ୍ରତିଯୋଗୀମାନଙ୍କୁ ଟି ପି ଏସ୍ ଓ ଡି ଏଲ୍ ପକ୍ଷରୁ ପୁରସ୍କୃତ କରାଯାଇଥିଲା। ପୁରସ୍କୃତ ହୋଇଥିବା ଛାତ୍ରଛାତ୍ରୀ ମାନେ ଥିଲେ ସିୟା ମହାନ୍ତି, ଗୌତମ ବିଷୋଇ, ଦିବ୍ୟାଂଶି ମହାପାତ୍ର, ପ୍ରିୟାଶ୍ରୀ ସାନ୍ତା ଓ ସତ୍ୟମ ପ୍ରକାଶ ଗୌଡ।
ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରି ଚାଳନା କରିବାରେ ସହଯୋଗ କରିଥିଲେ ଆଲୋକ କୁମାର ନାୟକ, ଜ୍ଞାନ ରଞ୍ଜନ ରାଉତ, ମୋହର ସାହୁ, ଲୋକନାଥ ସାହୁ ଓ ରାଜ୍ କମର।