ନୂଆଦିଲ୍ଲୀ, ବିଜେପି ପକ୍ଷରୁ ଗୁରୁବାର ତିନି ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଓ ସହ ପ୍ରଭାରୀ ଘୋଷଣା କରାଯାଇଛି । ରାଜସ୍ଥାନ, ହରିୟାଣା, ଆନ୍ଧ୍ରପ୍ରଦେଶର ନିର୍ବାଚନ ପ୍ରଭାରୀ ଏବଂ ସହ ନିର୍ବାଚନ ପ୍ରଭାରୀ ସାମିଲ ଅଛନ୍ତି ।
ଦଳ ପକ୍ଷରୁ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ କାର୍ଯ୍ୟସମିତି ସଦସ୍ୟ ଡକ୍ଟର ବିନୟ ସହସ୍ରବୁଦ୍ଧେଙ୍କୁ ରାଜସ୍ଥାନର ନିର୍ବାଚନ ପ୍ରଭାରୀ ନିଯୁକ୍ତ କରାଯାଇଛି । ପୂର୍ବ ପ୍ରଦେଶ ଅଧ୍ୟକ୍ଷ ସତୀଶ ପୁନିଆଙ୍କୁ ହରିୟାଣାର ନିର୍ବାଚନ ପ୍ରଭାରୀ ଓ ଅରୁଣ ସିଂହଙ୍କୁ ଆନ୍ଧ୍ରପ୍ରଦେଶର ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି ।