ନୂଆଦିଲ୍ଲୀ, ନିର୍ବାଚନ କମିଶନରଙ୍କ ନିଯୁକ୍ତି ରଦ୍ଦ କରିବାକୁ ମନା କଲେ ସୁପ୍ରିମକୋର୍ଟ ।ଜଷ୍ଟିସ ସଂଜୀବ ଖନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ବେଂଚ କହିଛନ୍ତି ଯେ, ସଂସଦରୁ ପାରିତ ଆଇନ ଅନ୍ତର୍ଗତ ଏହି ଚୟନ ହୋଇଛି । ଆମେ ଅନ୍ତରିଣ ଆଦେଶରେ ଆଇନ ଉପରେ ରୋକ୍ ଲଗାଇବୁ ନାହିଁ । ନିର୍ବାଚନ ମଧ୍ୟରେ ନିର୍ବାଚନ କମିଶନରଙ୍କ କାମକୁ ପ୍ରଭାବିତ କରିବା ଠିକ୍ ନୁହେଁ ।
ଶୁଣାଣି ସମୟରେ ସୁପ୍ରିମକୋର୍ଟ ସଂସଦରେ ପାରିତ ଆଇନର ବୈଧତା ଉପରେ ବିସ୍ତୃତ ଶୁଣାଣି କଥା କହିଥିଲେ । ଜବାବ ଦାଖଲ ପାଥଁ ସରକାରଙ୍କୁ 6 ସପ୍ତାହ ସମୟ ପ୍ରଦାନ କରାଯାଇଛି । ଚୟନ କମିଟିର ମିଟିଂକୁ ମାର୍ଚ୍ଚ 15 ବଦଳରେ ମାର୍ଚ୍ଚ 14 କାହିଁକି କରାଗଲା ବୋଲି ବିଚାରପତିମାନେ ପ୍ରଶ୍ନ ଉଠାଇଥିଲେ । ଏହାସହିତ ବିରୋଧୀ ଦଳର ନେତାଙ୍କୁ ବୈଠକର କିଛି ସମୟ ପୂର୍ବରୁ କାହିଁକି ନାମ ଦିଆଯାଇଥିଲା ବୋଲି ପ୍ରଶ୍ନ ଉଠାଇଥିଲେ ।