
ଟୋକିଓ , ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସଏସ ରାଜାମୌଲି ଏବଂ ତାଙ୍କ ପୁଅ ଏସଏସ କାର୍ତିକେୟ ଜାପାନରେ ଭୂମିକମ୍ପରୁ ଅଳ୍ପକେ ବର୍ତି ଯାଇଛନ୍ତି । ଗୁରୁବାର ଜାପାନରେ ୫.୩ ତୀବ୍ରତାର ଭୂମିକମ୍ପ ଆସିଥିଲା । ଯେଉଁ ସମୟରେ ଭୂମିକମ୍ପ ଆସିଥିଲା, ସେତେବେଳେ ଆରଆରଆର ଫିଲ୍ମ ର ସମ୍ପୂର୍ଣ୍ଣ ଟିମ୍ ୨୮ତମ ମହଲାରେ ଥିଲା ।
ରାଜାମୌଲିଙ୍କ ପୁଅ କାର୍ତିକେୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ନିଜର ଅନୁଭବ ସେୟାର୍ କରିବା ସହ କହିଛନ୍ତି ଯେ, ଯେତେବେଳେ ଭୂମିକମ୍ପ ଆସିଲା ସେତେବେଳେ ଆରଆରଆର ଫିଲ୍ମ ର ସମ୍ପୂର୍ଣ୍ଣ ଟିମ୍ ହୋଟେଲର ୨୮ତମ ମହଲାରେ ଥିଲା । ସ୍ମାର୍ଟୱାଚରେ ଭୂ-କମ୍ପର ଆଲର୍ଟ ଦେଖିବାର କିଛି ସମୟ ପରେ ସେ ଭୂ-କମ୍ପର ଝଟ୍କା ଅନୁଭବ କରିଥିଲେ ।
ଏପରିକି ସେ ସ୍ମାର୍ଟୱାଚରେ ଆସିଥିବା ଭୂ-କମ୍ପର ଆଲର୍ଟ ମେସେଜ୍ ର ଫଟୋ ସେୟାର କରି ଟ୍ଵିଟ୍ କରିଛନ୍ତି ।