
ବଲାଙ୍ଗିର– ସରସ୍ବତୀ ଶିଶୁବିଦ୍ୟା ମନ୍ଦିର କଲେଜ ଛକ, ଶିଶୁ ବାଟିକା ବିଭାଗରେ ଆଜି ” କଣ୍ଢେଇ ଦିବସ ” ପାଳିତ ହୋଇଯାଇଛି। ଶିଶୁ ବାଟିକାର ସମସ୍ତ ଶିଶୁ କଣ୍ଢେଇ ନେଇ ଆସିଥିଲେ। ସେଗୁଡିକୁ ଗୁରୁମା ମାନେ ସଜାଇବା ସହିତ ଶିଶୁ ମାନଙ୍କୁ ଦେଖାଇ ଥିଲେ। କାର୍ଯ୍ୟକ୍ରମରେ ଅଭିଭାବକ ଅଭିଭାବିକା ଉପସ୍ଥିତ ଥିଲେ। ଶିଶୁ ବାଟିକା ପ୍ରମୁଖ ରତ୍ନପ୍ରଭା ଦାସ ଅତିଥି ପରିଚୟ ଓ ଉଦ୍ଦେଶ୍ଯ କହିବା ବେଳେ ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର କୁମାର ମିଶ୍ର ” କଣ୍ଢେଇ ଦିବସ “ର ଆଭିମୁଖ୍ୟ ବାବଦରେ କହିଥିଲେ।
ପରିଚାଳନା ସମିତିର ସଦସ୍ୟା ଶ୍ରୀମତୀ ନଳିନୀ ସେଠି ଧନ୍ଯବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ମା’ ମମତା ମିଶ୍ର, ମା’ କାନ୍ତାୟନୀ ଷଡଙ୍ଗୀ ଉପସ୍ଥିତ ଥିଲେ। ଶେଷରେ ପ୍ରଦର୍ଶନୀ ପରିଦର୍ଶନ କରି ଶିଶୁ ଓ ମା ମାନେ ସ୍ଵଗୃହକୁ ପ୍ରସ୍ଥାନ କରିଥିଲେ।