
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ପୁରୀ,ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ମାରୁତି ନଗର, ପୁରୀ ପରିସରରେ ଶିଶୁ ବାଟିକା ବିଭାଗ ତରଫରୁ ବିଶ୍ଵ କଣ୍ଢେଇ ଦିବସ ପାଳନ କରାଯାଇଛି। ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ବିନୋଦ କୁମାର ସେନାପତିଙ୍କ ତତ୍ତ୍ଵାବଧାନରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ରିତାଞ୍ଜଳୀ ନାୟକ ଓ ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା ଯୋଗ ଦେଇ ଜୀବନର ପ୍ରତ୍ୟେକ ସମୟରେ କିଭଳି ମୂଲ୍ୟବାନ ଓ ମଣିଷ ଜୀବନ ଏକ କଣ୍ଢେଇ ସଦୃଶ ବୋଲି ଆଲୋକପାତ କରିଥିଲେ। ଆଚାର୍ଯ୍ୟା ପ୍ରଶାନ୍ତି ତ୍ରିପାଠୀ ଓ ଆଚାର୍ଯ୍ୟା ଅନୀତା ଜେନା ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା ସହିତ ଆଚାର୍ଯ୍ୟା ରଜନୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ସଜ୍ଜିକରଣ ହୋଇଥିବା କଣ୍ଢେଇଗୁଡିକୁ ଶିଶୁ ଓ ଅଭିଭାବକମାନେ ପରିଦର୍ଶନ କରିଥିଲେ ।