
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଆସନ୍ତା ମାର୍ଚ୍ଚ 21 ତାରିଖ ରୁ ରଙ୍ଗଶାଳା ନାଟ୍ୟ ଅନୁଷ୍ଠାନ ପକ୍ଷରୁ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ରେ ଅନୁଷ୍ଠିତ ହେବ ୧୪ତମ ଜାତୀୟ ସ୍ତରୀୟ ନାଟକ ମହୋତ୍ସବ ।
ଏହି ମହୋତ୍ସବ 24 ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନ ରଙ୍ଗଶାଳା ର ନିଜସ୍ଵ ନାଟକ “ସବାବାହାକ ମାନେ” ପରିବେଷଣ ହେବ ଏହି ନାଟକ ର ଲେଖକ ଡ଼. ବିଜୟ ମିଶ୍ର, ଓ ନାଟକ ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିକ୍ରମ କୁମାର୍ ସାହୁ।22 ତାରିଖ ରେ ଜୀବନ ରେଖା ଅନୁଷ୍ଠାନ ଭୁବନେଶ୍ୱ ର “ଏମିତି କୁହା ଯାଏ” ନାଟକ ର ଲେଖକ ମାନବ କୌଲ, ଓ ନାଟକ ର ନିର୍ଦ୍ଦେଶକ ରୋହନ ଯାଦବ।
23 ତାରିଖ ରେ ଶ୍ରୀ ନାଟ୍ୟମ୍ ଏବଂ ଶ୍ରୀ ସଦାଶିବମ୍ ରଙ୍ଗ ଦଳମ୍ ଅନୁଷ୍ଠାନ ପୁରୀ ର ସଂସ୍କୃତ ନାଟକ “କୃଷ୍ଣ କୁତୁହଲମ୍ “ନାଟକ ର ଲେଖକ ଶ୍ରୀଯୁକ୍ତ ମଧୁସୂଦନ ସରସ୍ଵତୀ, ଓ ନିର୍ଦ୍ଦେଶକ ପ୍ରଫେସର ଧର୍ମେନ୍ଦ୍ର କୁମାର୍ ସିଂଦେଓ।
24 ତାରିଖ ରେ ଭିବ୍ଜିୟର ଥିଏଟର ଭୁବନେଶ୍ୱର ର ନାଟକ “କାନ୍ଦ ମାଷ୍ଟ୍ରେ ” ପରିବେଷଣ ହେବ ଏହି ନାଟକ ର ଲେଖକ ଜାକିର୍ ଖାନ୍ ଓ ନାଟକ ର ନିର୍ଦ୍ଦେଶକ ହିମାଂଶୁ ଶେଖର ମହାନ୍ତି। ଏଥିରେ ନାଟ୍ୟ ସଂଜୀବନୀ ବ୍ୟମୋକେଶ୍ ସମ୍ମାନ ରେ ଚଳଚିତ୍ର ର ହାସ୍ୟ ଅଭିନେତା ହରିହର ମହାପାତ୍ର, ରଙ୍ଗଶାଳା ସମ୍ମାନ ରେ ସମ୍ମାନିତ ହେବେ ବିଜୟ କୁମାର ଆପଟ,ଅଜୟ ରଥ ,ଦିଲ୍ଲୀପ କୁମାର ଚୌଧୁରୀ ଓ ବିଦ୍ୟାଧର ମହାରଣା ସମ୍ମାନିତ ହେବେ ।