-
୧୫୦୦ ରୁ ଅଧିକ ଭୋଟରଙ୍କ ପାଇଁ ସହାୟକ ୬ ବୁଥ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ଜିଲ୍ଲା ପାଇଁ ଆଗାମୀ ସାଧାରଣ ନିର୍ବାଚନର ତାରିଖ ଭାରତର ନିର୍ବାଚନ କମିଶନର ଘୋଷଣା କରିଛନ୍ତି। ୧୭-ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା ୧୦୭- ପୁରୀ, ୧୦୮- ବ୍ରହ୍ମଗିରି ,୧୦୯-ସତ୍ୟବାଦୀ ଓ ୧୧୦-ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ମଇ ୨୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ୧୬- ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା ୧୦୫- କାକଟପୁର ଓ ୧୦୬-ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଜୁନ ୧ ତାରିଖରେ ମତଦାନ ଅନୁଷ୍ଠିତ ହେବ। ମୋଟ ୧୫୯୮ ଟି ବୁଥ ସହ ୧୫୦୦ ରୁ ଅଧିକ ଭୋଟର ଥିବା ୬ ଟି ସହାୟକ ବୁଥରେ ୧୪,୦୫,୬୫୪ ଜଣ ଭୋଟର ମତଦାନ କରିବେ। କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୮୦ ବୁଥରେ ୨୪୦୬୩୧ ଜଣ ଭୋଟର ମତଦାନ କରିବେ। ସେହିପରି ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୮୦ ମୁଖ୍ୟ ଓ ୧ ସହାୟକ ବୁଥ ମାଧ୍ୟମରେ ୨୪୪୫୦୩, ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୩୯ ମୁଖ୍ୟ ଓ ୪ ସହାୟକ ବୁଥ ମାଧ୍ୟମରେ ୨୩୫୩୧୫, ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୭୧ ମୁଖ୍ୟ ଓ ୧ ସହାୟକ ବୁଥ ମାଧ୍ୟମରେ ୨୨୬୪୭୬, ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୫୪ ବୁଥରେ ୨୧୨୦୪୩ ଓ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୭୪ ବୁଥ ମାଧ୍ୟମରେ ୨୩୪୬୨୩ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ, ପୁରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି। ଯେହେତୁ ଭୋଟର ତାଲିକାର ସଂଶୋଧନ ପ୍ରକ୍ରିୟା ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦୈନିକ ଭିତ୍ତିରେ ଜାରି ରହିଛି ତେଣୁ ଦୈନିକ ଭୋଟର ତାଲିକା ଓ ୧୫୦୦ ରୁ ଅଧିକ ହେଉଥିବା ବୁଥର ସଂଖ୍ୟାରେ ମଧ୍ୟ ପରିବର୍ତ୍ତନ ଘଟୁଛି ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ଅବଗତ କରାଇଛନ୍ତି।