
ନୂଆଦିଲ୍ଲୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର କେନ୍ଦ୍ର ଖାଦ୍ୟମନ୍ତ୍ରୀ ପଶୁପତି କୁମାର ପାରସଙ୍କ ଇସ୍ତଫା ପତ୍ର ସ୍ୱୀକାର କରିଛନ୍ତି । ତାଙ୍କ ସ୍ଥାନରେ କ୍ୟାବିନେଟ ମନ୍ତ୍ରୀ କିରଣ ରିଜଜୁଙ୍କୁ ତାଙ୍କ ମନ୍ତ୍ରୀପଦ ବ୍ୟତୀତ ଖାଦ୍ୟ ପ୍ରସଂସ୍କରଣ ଉଦ୍ୟୋଗ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।
ରାଷ୍ଟ୍ରପତି ଭବନ ପକ୍ଷରୁ ବୁଧବାର ଜାରି ବୟାନରେ କୁହାଯାଇଛି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ କ୍ରମେ ସଂବିଧାନର ଅନୁଚ୍ଛେଦ 75 ଖଣ୍ଡ (2) ଅନ୍ତର୍ଗତ କେନ୍ଦ୍ର ମନ୍ତ୍ରିପରିଷଦରୁ ପଶୁପତି କୁମାର ପାରସଙ୍କ ଇସ୍ତଫା ତତ୍କାଳ ସ୍ୱୀକାର କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ, ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଛନ୍ତି ଯେ, କ୍ୟାବିନେଟ୍ ମନ୍ତ୍ରି କିରଣ ରିଜିଜୁଙ୍କୁ ତାଙ୍କ ପଦ ସହିତ ଖାଦ୍ୟ ମନ୍ତ୍ରାଳୟର ଦାୟିତ୍ୱ ପ୍ରଦାନ କରାଯାଇଛି ।