ମାତୃଭୂମି ମାତୃଭାଷାରେ ମମତା
ପ୍ରତି ହୃଦେ ଉଠୁ ଜାଗି
ଭାଷା ର ବିକାଶ ହେଉ ମୂଳମନ୍ତ୍ର
ପଡିବା ସଭିଏଁ ଲାଗି।
ଆଚରଣ ଉଚ୍ଚାରଣେ କି ସୁନ୍ଦର
ଓଡ଼ିଆ ଭାଷା ଟି ଆମ
ସାହିତ୍ୟ ସଂସ୍କୃତି ଚାଲି ଚଳନରେ
ଲଭିଛି କେଡେ ସମ୍ମାନ।
ପିଢ଼ି ପରେ ପିଢ଼ି ଭାଷାକୁ ଆମର
ସୁରକ୍ଷା ତ ଦେଉଥିବା
ଭାଷା ଅବା ଭୂମି ଦୁର୍ବଳ ହୋଇଲେ
କି ଲାଭ ବଞ୍ଚି ରହିବା !
ଜଗତର ନାଥ ଆମରି ଠାକୁର
ବାଣ୍ଟନ୍ତି ପ୍ରେମର ବାର୍ତ୍ତା
ପାଣି ପବନରେ ଭାଇଚାରା ଆମ
ବ୍ୟବହାର ମିଠା କଥା।
ଅନ୍ୟ ଭାଷା ପ୍ରତି ନ ରହୁ ବିଦ୍ୱେଷ
ମାଉସୀ ପାଲଟୁ ସିଏ
ମାତୃଭାଷା କିନ୍ତୁ ମାଆ ସ୍ଥାନେ ରହୁ
ଏଥିରୁ ବିଚ୍ୟୁତ ନୁହେଁ ।
ସନ୍ତୋଷ କୁମାର ସେଠୀ,
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,ପୁରୀ
୯୪୩୭୩୦୨୬୧୮