କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ଜିଲ୍ଲା ସ୍ତରୀୟ ୮୯ ତମ ଓଡିଶା ଦିବସ ପ୍ରସ୍ତୁତି ବୈଠକ ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ଓଡିଶା ଦିବସ ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବ ର ଦିବସ। ଏହାକୁ ପ୍ରତିବର୍ଷ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ବ୍ୟବସ୍ଥା କରାଯାଇଥାଏ।ତେବେ ଚଳିତ ବର୍ଷ ଏହି ସମୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ନିର୍ବାଚନ କମିଶନ ଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଥିଲେ।।ବିସ୍ତୃତ ଆଲୋଚନା ପରେ ସ୍ଥିର ହେଲା ଯେ ଅପ୍ରେଲ ୧ ତାରିଖ ପ୍ରାତଃ ୫ ଘଟିକା ସମୟରେ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସହର ମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରାତଃ ବନ୍ଦନା ପରିବେଷଣ କରାଯିବ। ପୌରପାଳିକା ଓ ସଦର ବ୍ଲକ ପକ୍ଷରୁ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବ।ଓଡିଶା ଦିବସ ଅବସରରେ ବିଭିନ୍ନ ସରକାରୀ ବେସରକାରୀ, ରାଷ୍ଟ୍ରାୟତ ଉଦ୍ୟୋଗ କାର୍ଯ୍ୟାଳୟ,ବ୍ୟାଙ୍କ ଇତ୍ୟାଦି ସେମାନଙ୍କ କାର୍ଯ୍ୟାଳୟ ଗୁଡିକୁ ଆଲୋକ ମାଳାରେ ସଜ୍ଜିତ କରିବା, ସ୍ୱାଗତ ତୋରଣ ନିର୍ମାଣ କରିବାକୁ ଅନୁରୋଧ କରାଗଲା।ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବିବିଧ ପ୍ରତିଯୋଗିତା ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଦ୍ଵାରା ଆୟୋଜନ କରାଯାଇ ଓଡିଶା ଦିବସରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ।ଆଇନଶୃଙ୍ଖଳା ରକ୍ଷା, ପାନୀୟ ଜଳ ଯୋଗାଣ,ଅଗ୍ନିଶମ ସେବା ଓ ଆମ୍ବୁଲାନ୍ସ ସେବା ବ୍ୟବସ୍ଥା ଇତ୍ୟାଦି ପାଇଁ ସମ୍ପୃକ୍ତ ବିଭାଗ କୁ ଅନୁରୋଧ କରାଯାଇଛି। ଅପରପକ୍ଷରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ଠାରୁ ଓଡିଶା ଦିବସର ମାର୍ଗଦର୍ଶିକା ମିଳିବା ପରେ ତାହାରି ଆଧାର ରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଚୁଡାନ୍ତ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ସୂଚନା ଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ ସହ କାର୍ଯ୍ୟସୂଚୀ ଅନୁସାରେ ବୈଠକ ପରିଚାଳନା କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଏଡିଏମଓ ଡା ବିରଜା ଶଙ୍କର ରଥ,ଗୋପବନ୍ଧୁ ଆୟୁର୍ବେଦିକ ହସପିଟାଲ ର ଅଧ୍ୟକ୍ଷ ଅରୁଣ କୁମାର ଦାସ, ଡେପୁଟି କଲେକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା, ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ମହେନ୍ଦ୍ର କୁମାର ବିଶ୍ୱାଳ,ଅତିରିକ୍ତ ପୌରନିର୍ବାହୀ ଅଧିକାରୀ ବିଶ୍ୱ ରଂଜନ ପ୍ରଧାନ, ପୌର ସ୍ୱାସ୍ଥ୍ୟ ଅଧିକାରୀ ଡା ଅଶୋକ କୁମାର ମିଶ୍ର,ଓଡିଶା ଚାରୁ ଓ କାରୁକଳା ଅଧ୍ୟକ୍ଷ ଦୁର୍ଗା ମାଧବ କର,ସଂଗଠକ ଚକ୍ରଧର ମହାପାତ୍ର, ଅନାମ ଚନ୍ଦ୍ର ସାହୁ,ସାହିତ୍ୟିକ ବଦ୍ରୀ ମିଶ୍ର,ଶିବ ସୁନ୍ଦର ମିଶ୍ର, ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଓ ବିଭିନ୍ନ ବିଭାଗର କର୍ମଚାରୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
Related Stories
November 24, 2024
November 24, 2024