କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ଜିଲ୍ଲାରେ ୨୦୧୯ ସାଧାରଣ ନିର୍ବାଚନ ଅପେକ୍ଷା ୨୦୨୪ ସାଧାରଣ ନିର୍ବାଚନ ରେ ୫୧ ହଜାର ୩୯୯ ଜଣ ଅଧିକ ମତଦାତା ରହିଛନ୍ତି।୨୦୧୯ ରେ ମୋଟ ଭୋଟର ଙ୍କ ସଂଖ୍ୟା ୧୩,୫୪,୨୫୫ ଥିବା ବେଳେ ୨୦୨୪ ନିର୍ବାଚନ ରେ ଭୋଟର ଙ୍କ ସଂଖ୍ୟା ୧୪,୦୫,୬୫୪ ରହିଛି |୨୦୧୯ ରେ ପୁରୁଷ ଭୋଟର ଙ୍କ ସଂଖ୍ୟା ୭୦୪୨୪୧ ରହିଥିବା ବେଳେ ବର୍ତ୍ତମାନ ୭୨୨୦୯୬ ରହିଛି ଅର୍ଥାତ ୧୭୮୫୫ ସଂଖ୍ୟକ ପୁରୁଷ ଭୋଟର ଙ୍କ ସଂଖ୍ୟା ବୃଦ୍ଧି ହୋଇଛି। ସେହିପରି ୨୦୧୯ ରେ ୬୪୯୯୫୪ ମହିଳା ଭୋଟର ଥିବା ବେଳେ ୨୦୨୪ରେ ମହିଳା ଭୋଟର ଙ୍କ ସଂଖ୍ୟା ୬୮୩୪୭୪ ରହିଛି। ଯାହା ପୂର୍ବ ନିର୍ବାଚନ ଅପେକ୍ଷା ୩୩୫୨୦ ଅଧିକ।ଅପରପକ୍ଷରେ ୨୦୧୯ ନିର୍ବାଚନ ରେ ଅନ୍ୟାନ୍ୟ ଭୋଟର ଙ୍କ ସଂଖ୍ୟା ୬୦ ଥିବା ବେଳେ ୨୦୨୪ ନିର୍ବାଚନ ରେ ୨୪ ଜଣ ଅଧିକ ଅନ୍ୟାନ୍ୟ ଭୋଟର ମିଶି ସଂଖ୍ୟା ୮୪ କୁ ବୃଦ୍ଧି ପାଇଛି।୨୦୧୯ ରେ ଭିନ୍ନକ୍ଷମ ଭୋଟର ୧୦୧୧୬ ଥିବା ବେଳେ ୨୦୨୪ରେ ଏହା ୧୮୨୪୨ କୁ ବୃଦ୍ଧି ପାଇଛି।୧୮-୧୯ ବର୍ଷ ବୟସ୍କ ଯୁବ ଭୋଟର ୨୦୧୯ ରେ ୨୧,୪୫୦ ଥିବା ବେଳେ ୨୦୨୪ ରେ ଏହି ସଂଖ୍ୟା ୨୮୦୧୫ ରହିଛି।ଚଳିତ ନିର୍ବାଚନରେ ୮୦ ବର୍ଷ ରୁ ଉର୍ଦ୍ଧ୍ବ ଭୋଟର ଙ୍କ ସଂଖ୍ୟା ୪୧୦୯୪ ଥିବା ବେଳେ ୧୦୦ ବର୍ଷ ରୁ ଉର୍ଦ୍ଧ୍ବ ୫୭୭ ଜଣ ଭୋଟର ରହିଛନ୍ତି।ଏହି ମତଦାତା ମାନେ ଜିଲ୍ଲାର ୧୫୯୮ ଟି ମତଦାନ କେନ୍ଦ୍ର ରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।
ନିର୍ବାଚନ ହେଉଛି ଗଣତନ୍ତ୍ରର ମହାପର୍ବ।ଏକ ଦୃଢ ଗଣତନ୍ତ୍ର ପାଇଁ ମତଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ପୂର୍ବରୁ ସମସ୍ତଙ୍କୁ ବିଶେଷ କରି ଯୁବ ଭୋଟର ମାନଙ୍କୁ ମତଦାନ ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟ ରେ ସାମିଲ କରାଯାଇଛି।ତେଣୁ ଜିଲ୍ଲାର ପ୍ରତ୍ୟେକ ଭୋଟର ନିଶ୍ଚୟ ମତଦାନ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।
Related Stories
November 21, 2024
November 21, 2024