ଜୟପୁର , ଜୟପୁର ଏସଡିପିଓ ଭାବେ ଆଇପିଏସ ଅଙ୍କିତ କୁମାର ବର୍ମା ଦାୟିତ୍ୱ ନେଇଛନ୍ତି । ଦାୟତ୍ୱ ନେବା ପରେ ଆଜି ଏସଡିପିଓ ଙ୍କ କାର୍ଯ୍ୟାଳୟରେ ସାମ୍ବାଦିକ ଙ୍କ ସହ ଆଲୋଚନା କରିଛନ୍ତି । ଟ୍ରାଫିକ ସମସ୍ୟାର ସମାଧାନ କରାଯିବ,ଆଇନଶୃଙ୍ଖଳା ବ୍ୟବସ୍ଥା ସୁଧାର ଉପରେ ଗୁରତ୍ୱ ଦିଆଯିବ ।
ସେ କହିଛନ୍ତି, ଆଗକୁ ସାଧାରଣ ନିବାଚନ ଥିବାରୁ ଅପରାଧିକ ମାନଙ୍କ ଉପରେ ନଜର ରହିଛି । ଫେରାର ଅଭିଯୁକ୍ତ ମାନଙ୍କୁ ମଧ୍ୟ ଗିରଫ କରାଯାଇଛି । ଜନ ସାଧାରଣ ପୋଲିସ କୁ ସହଯୋଗ କରନ୍ତୁ । ଯାହାବି ଅପରାଧିକ ଘଟଣା ଦେଖିଛନ୍ତି ତୁରନ୍ତ ପୋଲିସ ସୁଚନା ଦେବାକୁ ଅନୁରୋଧ କରାଯାଇଛି । ସହରରେ ସିସିଟିଭି ଅଧିକ ଲଗାଯିବ । ଅପରାଧିକ କାଯ୍ୟକଳାପ କରୁଥିବା ଅପରାଧି ଙ୍କ ଉପରେ ଦୃଢ କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସାଧାରଣ ନିବାଚନ ନେଇ ଗହଳି ରହୁଥିବା ଛକ ସ୍ଥାନରେ ଅଯଥା ଗହଳି ନକିରବା ସହିତ ଉପଖଣ୍ଡର ସମସ୍ତ ପ୍ରବେଶ ଦ୍ୱାର ଓ ମୁଖ୍ୟ ଛକରେ ଅତ୍ୟାଧୁନିକ ସିସି କ୍ୟାମେରା ସହିତ ଆବଶ୍ୟକତା ମୁତାବକ ପୋଲିସ ଫୋର୍ସ ସବୁସ୍ଥାନରେ ମୁତୟନ କରାଯାଇଛି । ସହରରେ ପେଟ୍ରୋଲିଂ କୁ କଡା କଡି କରାଯିବ । ସହରରେ ଗଳି କନ୍ଦିର ଦେଶି ମଦ ବିକ୍ରୟକୁ ରୋକ ଲଗାଇବା, ଠିପି ବନ୍ଦ ଦୋକାନରେ ଠିପି ଖୋଲା ବିକ୍ରୟ କୁ ବନ୍ଦ କରିବା ଓ ଗହଳି ନକରିବା, ଫାମ୍ପୁଣିରେ ଦେଶି ମଦ କାରବାର ଓ କାଠ ଚାଲାଣ ଗଞ୍ଜେଇ ଚାଲାଣ କୁ ରୋକ ଲଗାଇବା, ସହରେ ରଡ ରୋମିୟ ମାନଙ୍କ ଉପରେ ନଜର ରଖିବା ସହ ସ୍ପିଡ ବାଇକ ଚାଳକ ମାନଙ୍କ ଉପରେ ମଧ୍ୟ ପୋଲସ ନଜର ରଖିବ । ସହରେ ଚୋରି ଲୁଟ, ବଢୁଥିବାରୁ ତାହାକୁ ନିୟନ୍ତ୍ରଣ ଆଣିବାକୁ ପୋଲିସ ଉଦ୍ୟମ କରିବ ବୋଲି ସେ କହିଛନ୍ତି ।
Related Stories
November 22, 2024