ଜୟପୁର , ସ୍ତ୍ରୀ କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ନେଇ ଜୟପୁର ମହିଳା ଥାନାରେ ଅଜି ଅପରାହ୍ନ ୪ଟା ସମୟରେ ଅଭିଯୋଗ ହୋଇଛି । ଅଭିଯୋଗ କୁ ଭିତ୍ତି କରି ସ୍ୱାମୀ ଲଖନ ଜୟପୁରିଆ ନାମରେ ମାମଲା ରୁଜୁ ହୋଇଥିବା ବିଷୟ ଜୟପୁର ମହିଳା ଥାନା ଅଧିକାରୀ ଅନିତା କୁଜୁର ସୁଚନା ଦେଇଛନ୍ତି । ପୋଲିସ ସୁଚନା ଅନୁଯାୟୀ ଜୟପୁପର ସଦର ଥାନା ଅନ୍ତର୍ଗତ ପାତ୍ରପୁଟ ରେ ରହୁଥିବା ତୁଳା ଜୟପୁରିଆ ଗତ ୧୧ ବର୍ଷ ତଳେ ଲଖନ ଜୟପୁରିଆକୁ ବିବାହ କରିଥିଲେ । ସ୍ୱାମୀ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ନେଇ ଲିଖିତ ଅଭିଯୋଗ କରିବାକୁ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
Related Stories
November 22, 2024