ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ 21-22ରେ ଭୁଟାନ ଗସ୍ତ କରିବେ । ଏହି ଯାତ୍ରା ଭାରତ ଓ ଭୁଟାନ ମଧ୍ୟରେ ନିୟମିତ ଉଚ୍ଚସ୍ତରୀୟ ଆଦାନ-ପ୍ରଦାନର ପରମ୍ପରା ଓ ସରକାରଙ୍କ ନେବରହୁଡ ଫାଷ୍ଟ ପଲିସି ଉପରେ ଗୁରୁତ୍ୱ ଦେବାର ଅନୁରୂପ ଅଟେ ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ବୁଧବାର କୁହାଯାଇଛି ଯେ, ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ, ଭୁଟାନର ରାଜା ଜିଗ୍ମେ ଖେସର ନାମଗ୍ୟାଲ ବାଂଗଚୁକ ଓ ଭୁଟାନର ଚତୁର୍ଥ ରାଜା ଜିଗ୍ମେ ସିଂଗ୍ୟେ ବାଂଗଚୁକଙ୍କୁ ସାକ୍ଷାତ କରିବେ । ପ୍ରଧାନମନ୍ତ୍ରୀ ଭୁଟାନର ନିଜ ସମକକ୍ଷ ଶେରିଂଗ ଟୋବଗେଙ୍କ ସହ ଆଲୋଚନା କରିବେ ।